ଭାଇରାଲ ଆରୁଷି

Sep 21, 2026 - 16:30
ଭାଇରାଲ ଆରୁଷି

 

ସବୁବେଳେ ଭିନ୍ନଭିନ୍ନ ଚରିତ୍ରରେ ଅଭିନୟକୁ ଏକ୍ସପେରିମେଣ୍ଟ କରୁଥିବା ଅଭିନେତ୍ରୀ ହେଲେ ଆରୁଷି ବଜାଜ । ଯିଏ ଖୁବ ସମୟରେ ବି ବି ଟାଉନରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିବାରେ ସମର୍ଥ ହୋଇପାରିଛନ୍ତି । ଖୁବଶୀଘ୍ର ତାଙ୍କୁ ଏକ ନୂଆ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ । ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ଫିଲ୍ମ ଡୋଣ୍ଟ ବି ଶାଏ । ତେବେ ଏଥିରେ ଦର୍ଶକ ଜଣେ ନୂଆ ଅଭିନେତ୍ରୀଙ୍କୁ ଦେଖଇବାକୁ ପାଇବେ । ଅଭିନେତ୍ରୀଙ୍କ ନାଁ ଆରୁଷି ବଜାଜ, ଯିଏ ନବାଗତ ହେଲେ ମଧ୍ୟ ଖୁବ ଚର୍ଚ୍ଚାରେ ରହିଛନ୍ତି ।

ପୁନେରେ ଜନ୍ମିତ ଅଭିନେତ୍ରୀ ଆରୁଷି ବାଜାଜ୍ ନିଜର ୧୨ ବର୍ଷର ସ୍କୁଲ୍ ଶିକ୍ଷା ସମୟରୁ ହିଁ ନାଟକ, ଥିଏଟର ଓ ସାହିତ୍ୟ ପ୍ରତି ଗଭୀର ରୁଚି ରଖିଥିଲେ ।  ଅନେକଥର ବିଦ୍ୟାଳୟ ସ୍ତରରେ ଶ୍ରେଷ୍ଠ ଅଭିନୟ ପୁରସ୍କାର, ମଞ୍ଚ ନାଟକର ନେତୃତ୍ୱ ଏବଂ ଆନ୍ତଃସହର ତର୍କ ପ୍ରତିଯୋଗିତାରେ ବିଜୟୀ ହୋଇ ନିଜର ପ୍ରତିଭାର ପରିଚୟ ଦେଇଥିଲେ । ସ୍କୁଲ୍ ପଢ଼ା ସରିବା ପରେ ଆଇବି ଡିପ୍ଲୋମା ଶେଷ କରି ସେ ମୁମ୍ବାଇର ପ୍ରସିଦ୍ଧ ଏନଏମଆଇଏମ୍ଏସରୁ ଲିବରାଲ ଆର୍ଟସରେ ସ୍ନାତକ ସାଙ୍ଗକୁ ଥିଏଟର ଓ ଫିଲ୍ମ ନିର୍ମାଣ ସମ୍ପର୍କରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ । ଅଭିନୟ କ୍ଷେତ୍ରରେ ନିଜକୁ ଅଧିକ ପରିପକ୍ୱ କରିବା ପାଇଁ ସେ କେବଳ ପାଠପଢ଼ାରେ ସୀମିତ ନରହି, ପଣ୍ଡିଚେରୀର ଆଦିଶକ୍ତି ଥିଏଟର ସ୍କୁଲ୍, ମୁମ୍ବାଇର ଜି୫ଏ ଏକ୍ସ ଲି ଷ୍ଟ୍ରାସବର୍ଗ ମେଥଡ୍ ଆକ୍ଟିଂ ଏବଂ 'ଦି ଆର୍ଟିଷ୍ଟ କଲେକ୍ଟିଭ୍' ଭଳି ବହୁ ପ୍ରତିଷ୍ଠିତ ଅନୁଷ୍ଠାନରୁ ଅଭିନୟର ସୂକ୍ଷ୍ମ ଗୁଣଗୁଡ଼ିକ ସିଖିବା ସହ କଠିନ ସଂଘର୍ଷର ପଥ ଅତିକ୍ରମ କରିଥିଲେ । କ୍ୟାରିୟରର ଆରମ୍ଭ ସେ ବିଜ୍ଞାପନରୁ କରିଥିଲେ । ପ୍ରଥମେ କ୍ଲୋଜ୍ ଅପ୍, ଗୁଗୁଲ୍, ଡେଲ୍ ଏବଂ ମେଟାଭର୍ସ ଭଳି ଅନ୍ତର୍ଜାତୀୟ ବ୍ରାଣ୍ଡର ବିଜ୍ଞାପନରେ କାମ କରି ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ୨୦୨୩ ମସିହାରେ ରାମ ମାଧବାନୀଙ୍କ ନିର୍ଦ୍ଦେଶିତ ପ୍ରସିଦ୍ଧ ୱେବ୍ ସିରିଜ୍ 'ଆର୍ଯ୍ୟ' (ସୀଜନ୍ ୩)ରେ ସୁସ୍ମିତା ସେନ୍ଙ୍କ ଚରିତ୍ରର ଝିଅ 'ଅରୁନ୍ଧତୀ ସାରିନ୍' ଭୂମିକାରେ ଅଭିନୟ କରି ବଲିଉଡ୍ରେ ଡେବ୍ୟୁ କରିବା ସହ ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ । ଏହି କ୍ରମାଗତ ସଫଳତା ପରେ, ସେ ହନି ତ୍ରେହାନଙ୍କ ନିର୍ଦ୍ଦେଶିତ ନେଟଫ୍ଲିକ୍ସ ନିର୍ମିତ ସିନେମା 'ରାତ୍ ଅକେଲି ହୈ: ଦି ବଂଶଲ୍ ମର୍ଡର୍ସ' (୨୦୨୫)ରେ 'ଆସ୍ଥା ବଂଶଲ୍' ଚରିତ୍ରରେ ନିଜର ଦମଦାର ଅଭିନୟ ପ୍ରଦର୍ଶନ କରିଥିଲେ । ଏହାସହ ତାଙ୍କର ଏକ ପ୍ରମୁଖ ଆଗାମୀ ପ୍ରୋଜେକ୍ଟ ହେଉଛି ଆଲିଆ ଭଟ୍ଟଙ୍କ ପ୍ରୋଡକ୍ସନ୍ ବ୍ୟାନର 'ଇଟରନାଲ ସନସାଇନ୍' ପ୍ରଯୋଜିତ ଏବଂ ପ୍ରାଇମ୍ ଭିଡିଓରେ ମୁକ୍ତିଲାଭ କରିବାକୁ ଥିବା ଫିଲ୍ମ 'ଡୋଣ୍ଟ ବି ଶାଏ' ଯେଉଁଥିରେ ସେ ମୁଖ୍ୟ ଚରିତ୍ର 'ଶ୍ୟାମିଲୀ ଦାସ ' ଭୂମିକାରେ ଏକ ଭିନ୍ନ ସ୍ୱାଦର କାହାଣୀ ସହ ପରଦାକୁ ଆସୁଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।