ଭାଜପା ଯୁବନେତାଙ୍କ ପରଲୋକ, ମାତ୍ର ୩୮ ବର୍ଷ ବୟସରେ ଦୁନିଆ ଛାଡ଼ିଲେ, ଲୁହରେ ଭିଜିଲା ପୂରା ଗାଁ…
ପାଟଣା,୮ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ବ୍ୟକ୍ତିଗତ ସହାୟକ ତଥା ଯୁବ ଭାଜପା ନେତା ବୃଷବ ମହାନ୍ତଙ୍କ ଶନିବାର ବିଳମ୍ବିତ ରାତିରେ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିଲା। ସେ ମସ୍ତିଷ୍କାଘାତରେ ଆକ୍ରାନ୍ତ ହୋଇ କିଛିଦିନ ତଳେ ସେ ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିଲେ। ତାଙ୍କ ଅକାଳ ମୃତ୍ୟୁରେସ୍ଥାନୀୟ ଅଞ୍ଚଳ ତଥା ପାଟଣା ନିର୍ବାଚନ ମଣ୍ଡଳୀ ଭାଜପା କର୍ମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ଅତ୍ୟନ୍ତ ଭଦ୍ର ଓ ଅମାୟିକ ବ୍ୟକ୍ତି ଭାବେ ସମସ୍ତଙ୍କ ନିକଟରେ ଶ୍ରଦ୍ଧାଭାଜନ ଥିଲେ।
ପାଟଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଷଡ଼ଙ୍ଗୀ ପଞ୍ଚାୟତର ଖୁଣ୍ଟାପଟା ଗ୍ରାମ ତାଙ୍କ ଘର। ରବିବାର ସକାଳେ ଗ୍ରାମର ଜହ୍ନେଇ ନାଳ କୂଳ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା। ବଡ଼ ପୁଅ ନିଖିଳ ମୁଖାଗ୍ନି ଦେଇଥିଲେ। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ରିନା, ବଡ଼ ପୁଅ ନିଖିଳ, ସାନ ପୁଅ ଖୁଡିରାମ ଓ ବଡ଼ ଭାଇ କମଳ କୃଷ୍ଣ ଉପସ୍ଥିତ ଥିଲେ। ଖବର ପାଇ ଖୁଣ୍ଟାପଡ଼ା ଗ୍ରାମରେ ରବିବାର ସକାଳେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଭାଜପା ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ରାଧାକାନ୍ତ ମହାନ୍ତ, ପୂର୍ବତନ ସାହାରପଡ଼ା ବ୍ଲକ ଅଧ୍ୟକ୍ଷ ଗୌତମ ନାଏକ, ବିଧାୟକଙ୍କ ପାଟଣା ବ୍ଲକ ପ୍ରତିନିଧି କମଳାକାନ୍ତ ଦାଶ, ସାହାରପଡ଼ା ବ୍ଲକ ପ୍ରତିନିଧି ନରେନ୍ଦ୍ର ମହାନ୍ତ, ଚମ୍ପୁଆ ବ୍ଲକ ପ୍ରତିନିଧି ଭାବଗ୍ରାହୀ ମହାନ୍ତ, ଭରସା ପରିବାରର ସଭାପତି ଲମ୍ବୋଦର ମହାନ୍ତ, ଯୁବ ସାମ୍ମୁଖ୍ୟ ସମ୍ପାଦକ ବିଶ୍ୱଜିତ ମହାନ୍ତ, ଖବରଦାତା ମହେଶ୍ୱରପୃଷ୍ଟି ଓ ସନ୍ତୋଷ କୁମାର ପତି ପ୍ରମୁଖ ଖୁଣ୍ଟାପଟା ଗ୍ରାମରେ ପହଞ୍ଚିଅନ୍ତିମ ଦର୍ଶନ ଓ ଶୋକବ୍ୟକ୍ତ କରିଥିଲେ।
ବୃଷଙ୍କ ବିୟୋଗରେ କେନ୍ଦୁଝର ଏମ୍ପି ଅନନ୍ତ ନାୟକ, ତେଲକୋଇ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଡା. ଫକୀରମୋହନ ନାୟକ, ଖବରଦାତା ବୀରକିଶୋର ଦାଶ, ନୃସିଂହ ନାଥ ସିଂହ, କିଶୋର ଚନ୍ଦ୍ର ମହାନ୍ତ, ବିଜୟ ରତ୍ନ ପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।