ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

Sep 06, 2026 - 12:06
ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ମାର୍ଗଦର୍ଶକ ଦୟାନିଧି ସାହୁ, ମୁରଲୀଧର ରଣା, ଜିଲା ପ୍ରତିନିଧି ସଞ୍ଜୟ କୁମାର ଜୈନ, ଚିତ୍ରସେନ ସାହୁ, ସୂର୍ଯ୍ୟମଣି ଘିଭେଲା, ବନମାଳୀ ସାହୁ, ଲିଙ୍ଗରାଜ ସାହୁ, ସୁମନ୍ତ ଦଣ୍ଡସେନା, ବାହାନା ସାହୁ, ପ୍ରମୋଦ ସୁନା, ଅରବିନ୍ଦ ଗହୀର, ଉମେଶ ପଧାନ, ସୁଧୀର ତାଣ୍ଡିଙ୍କ ସମେତ ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିବା ବେଳେ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ତେରେସିଂହା ଗ୍ରାମର ରାଜୁ ରଣା, ଛନ୍ଦାଚରଣ ପଣ୍ଡିଆ, ଲକ୍ଷ୍ମଣ ବେବର୍ତ୍ତା, ରିଷିଡ଼ାର ନବୀନ ରଣା, ଝାରମୁଣ୍ଡାର ମମତା ସାହୁ, ରାଜପୁର ଗ୍ରାମର ବର୍ଷା ସାହୁ ପ୍ରମୁଖ ମୋଦିଜୀଙ୍କ ଶାସନରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।