ଭାରତ-ବାଂଲାଦେଶ ସୀମାରେ ବଡ଼ ସୁନା ଜବତ, ୨୪ କୋଟିର ସୁନା ସହ ମହିଳା ଗିରଫ

Aug 30, 2026 - 13:26
ଭାରତ-ବାଂଲାଦେଶ ସୀମାରେ ବଡ଼ ସୁନା ଜବତ, ୨୪ କୋଟିର ସୁନା ସହ ମହିଳା ଗିରଫ

ନନ୍ଦିଘୋଷ ବ୍ୟୁରୋ : ଭାରତ-ବାଂଲାଦେଶ ସୀମାରୁ ବିପୁଳ ପରିମାଣର ସୁନା ଜବତ କରି ଚୋରା ଚାଲାଣ ଯୋଜନାକୁ ପଣ୍ଡ କରିଛନ୍ତି ବିଏସଏଫ ଯବାନ। ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି।

ସୂଚନା ପାଇବା ପରେ ବିଏସଏଫ ଯବାନମାନେ ନଦିଆ ଜିଲ୍ଲାର ବାଣପୁର ଅଞ୍ଚଳରେ ଚଢ଼ାଉ କରିଥିଲେ। ଦୀର୍ଘ ସମୟ ଧରି ସନ୍ଦେହଜନକ ଗତିବିଧି ଉପରେ ନଜର ରଖିବା ପରେ ମହିଳାଙ୍କୁ କାବୁ କରାଯାଇଥିଲା। ଯାଞ୍ଚ ସମୟରେ ତାଙ୍କ ନିକଟରୁ ମୋଟ ୧୫ କିଲୋ ୬୦୭ ଗ୍ରାମ ସୁନା ଜବତ କରାଯାଇଛି।ଜବତ ହୋଇଥିବା ସୁନାର ଆନୁମାନିକ ବଜାର ମୂଲ୍ୟ ୨୪ କୋଟି ୯୫ ଲକ୍ଷ ୫୬ ହଜାର ଟଙ୍କା ବୋଲି ଜଣାପଡ଼ିଛି। ଏହି ଚୋରା ଚାଲାଣରେ ଆଉ କିଏ କିଏ ସାମିଲ ଅଛନ୍ତି, ସୁନା କେଉଁଠାରୁ ଅଣାଯାଇଥିଲା ଏବଂ କେଉଁଠାକୁ ଚାଲାଣ କରିବାକୁ ଯୋଜନା ଥିଲା, ସେନେଇ ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।