ଭିଜିଲାନ୍ସ ଜାଲରେ ପଂଚାୟତ ନିର୍ବାହୀ ଅଧିକାରୀ
ବରଗଡ଼ : ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ଗାଇସିଲଟ ପଂଚାୟତ ନିର୍ବାହୀ ଅଧିକାରୀ । ଗାଇସିଲଟ ପଇଓ କାର୍ତ୍ତିକେଶ୍ୱର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଗାଇସିଲଟର ଗୋଟିଏ ଦି'ମହଲା ଘର , ମାର୍କେଟ କଂପ୍ଲେକ୍ସ, ଗୋଟିଏ ଗୋଦାମ ଘର ,ଗୋଟିଏ ନିର୍ମାଣାଧୀନ ୪ମହଲା କୋଠା ମଧ୍ୟ ଠାବ କରାଯାଇଛି । ପୈତୃକ ଘର କନ୍ଦାଗଡ ସହିତ ଅଫିସ ଚାମ୍ବରରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି ।
ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ର ଫିରିଙ୍ଗିମାଲ, କଟାବାହାଲ, ଗଉରେନମୁଣ୍ଡା ପଞ୍ଚାୟତ ଦାୟିତ୍ବରେ ଅଛନ୍ତି କାର୍ତ୍ତିକେଶ୍ୱର ବେହେରା । ଆଜି ଭୋରରୁ ତାଙ୍କର ୩ଟି ଠିକଣାରେ ଏକକାଳୀନ ଛାପା ମାରିଛି ଭିଜିଲାନ୍ସ ଟିମ୍ । ପୂର୍ବରୁ ମଧ୍ୟ ବ୍ଲକରେ ବିଭିନ୍ନ ସରକାରୀ ଯୋଜନାରେ ଅନିୟମିତତା ଓ ଲାଞ୍ଚ ନେବାଭଳି ପୂର୍ବରୁ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା ।ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇପାରି ନାହିଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।