ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…
ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାଶଙ୍କ ବିଭିନ୍ନ ଠିକଣାରେ ରବିବାର ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ କରାଯାଇଛି ।
ବ୍ରହ୍ମପୁର ସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ତଦନ୍ତ ମାମଲା ଆଧାରରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ରବିବାର ସକାଳୁ ଭିଜିଲାନ୍ସର ଏକାଧିକ ଟିମ୍ ଭୁବନେଶ୍ୱର, ବ୍ରହ୍ମପୁର ଓ ମାଲକାନଗିରିରେ ଥିବା ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରି କାଗଜପତ୍ର ଯାଞ୍ଚ କରିଛନ୍ତି। ଭୁବନେଶ୍ୱର ବରମୁଣ୍ଡାସ୍ଥିତ ୪ ମହଲା ବିଶିଷ୍ଟ କୋଠା, ବ୍ରହ୍ମପୁର ନୀଳାଚଳ ନଗରସ୍ଥିତ ୨ ମହଲା ବିଶିଷ୍ଟ କୋଠା, ଗଞ୍ଜାମ ଜିଲାର ବାସୁଦେବପୁର (ଗୋବରା) ସ୍ଥିତ ଏକ ଘର, ବ୍ରହ୍ମପୁରର ଗଜପତି ନଗରସ୍ଥିତ ପୈତୃକ ଘର, ମାଲକାନଗିରିସ୍ଥିତ ଭଡ଼ାଘର, ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସ୍ଥିତ କାର୍ଯ୍ୟାଳୟ କକ୍ଷ ଉପରେ ଚଢ଼ାଉ ଜାରି ରହିଛି । ଭିଜିଲାନ୍ସ ଟିମ୍ରେ ଜଣେ ଅତିରିକ୍ତ ଏସ୍ପି, ୫ ଜଣ ଡିଏସ୍ପି, ୫ ଜଣ ଇନ୍ସ୍ପେକ୍ଟର ଏବଂ ଅନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି ।
ଭୁବନେଶ୍ୱରସ୍ଥିତ କୋଠା ୬୭୬୦ ବର୍ଗଫୁଟର ବୋଲି ଜଣାପଡ଼ିଥିବା ବେଳେ ବ୍ରହ୍ମପୁର ନୀଳାଚଳ ନଗରର କୋଠା ୨୫୦୦ ବର୍ଗଫୁଟ ଥିବା ଜଣାପଡ଼ିଛି । ତାଙ୍କ ନାମରେ ମୋଟ ୬ଟି ମୂଲ୍ୟବାନ ପ୍ଲଟ ଥିବା ବେଳେ ସେଥିମଧ୍ୟରୁ ୩ଟି ବ୍ରହ୍ମପୁର, ଗୋଟିଏ ଖୋର୍ଦ୍ଧା, ଗୋଟିଏ ଗୋବରା ଓ ଗୋଟିଏ ପୂରୀରେ ଥିବା ତଦନ୍ତରୁ ଜଣାପଡ଼ିଛି। ଏଥିସହ ଗୋଟିଏ ଚାରିଚକିଆ ଗାଡ଼ି, ୩ଟି ମୋଟର ସାଇକେଲ ଓ ଗୋଟିଏ ସ୍କୁଟର ଥିବା ଜଣାପଡ଼ିଛି । ବ୍ୟାଙ୍କ ଓ ପୋଷ୍ଟ ଅଫିସର ଖାତାଗୁଡ଼ିକ ଯାଞ୍ଚ ଚାଲିଥିବା ବେଳେ ଏହି ସମସ୍ତ ସମ୍ପତ୍ତିର ମୂଲ୍ୟ ସମ୍ବନ୍ଧରେ ତଦନ୍ତ ଚାଲିଛି । ତଦନ୍ତ ପରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଭୁବନେଶ୍ୱର ବରମୁଣ୍ଡାସ୍ଥିତ ୪ ମହଲା ବିଶିଷ୍ଟ କୋଠା, ବ୍ରହ୍ମପୁର ନୀଳାଚଳ ନଗରସ୍ଥିତ ୨ ମହଲା ବିଶିଷ୍ଟ କୋଠା, ଗଞ୍ଜାମ ଜିଲାର ବାସୁଦେବପୁର (ଗୋବରା) ସ୍ଥିତ ଏକ ଘର, ବ୍ରହ୍ମପୁରର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।