ଭୀମଭୋଇ ମେଡିକାଲ ରେ ଉତ୍ତେଜନା

Oct 22, 2026 - 12:59
ଭୀମଭୋଇ ମେଡିକାଲ ରେ ଉତ୍ତେଜନା

ବଲାଙ୍ଗୀର : ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁକୁ ନେଇ ଭୀମଭୋଇ ମେଡିକାଲ ରେ ଉତ୍ତେଜନା । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି ଜଣେ ପ୍ରସୂତି ଓ ନବଜାତକଙ୍କ ମୃତ୍ୟୁ ପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି । ମୃତକ ହେଲେ କଣ୍ଟାବାଞ୍ଜି ଆଶ୍ରମପଡ଼ାର ମଞ୍ଜୁଲତା ବେହେରା । ଚିକିତ୍ସା ଅବହେଳାରୁ ମାଆ ଓ ନବଜାତ ଶିଶୁର ମୃତ୍ୟୁ ହୋଇଥିବାର ଅଭିଯୋଗ ଆସିଛି । ଏନେଇ ରୋଗୀଙ୍କ ସମ୍ପର୍କୀୟ ଓ ହସ୍ପିଟାଲ ସିକ୍ୟୁରିଟି ଗାର୍ଡଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା  ।  ମେଡିକାଲ ପରିସରରେ ଉତ୍ତେଜନାକୁ ଦେଖି ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।