ଭୟାବହ ଅଗ୍ନିକାଣ୍ଡ: ଚାଲିଗଲା ୪ ଜୀବନ, ଗାଁରେ ଶୋକାକୁଳ

Nov 08, 2026 - 22:29
ଭୟାବହ ଅଗ୍ନିକାଣ୍ଡ: ଚାଲିଗଲା ୪ ଜୀବନ, ଗାଁରେ ଶୋକାକୁଳ

ଯାଜପୁର,୧୧।୮: ଦୀପାବଳିର ଆଲୋକରେ ସାରା ଦୁନିଆ ଝଲସୁଥିବା ବେଳେ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଅଞ୍ଚଳରେ ଘଟିଛି ଏକ ଛାତିଥରା ଘଟଣା। ଏହା ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଅଗ୍ନିକାଣ୍ଡ ଛଡ଼ାଇ ନେଇଛି ଚାରି ଚାରିଟି ଅମୂଲ୍ୟ ନିରୀହ ଜୀବନ। ରୋଷେଇ ଚାଲିଥିବା ବେଳେ ହଠାତ୍‌ ଘରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ଘର ପୋଡ଼ି ପାଉଁଶ ହୋଇଯାଇଥିଲା। ଏହି ଭୟାବହ ଅଗ୍ନିକାଣ୍ଡରେ ଦୁଇ ମହିଳା ଏବଂ ଦୁଇ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅଗ୍ନିକାଣ୍ଡରେ ଜଣେ ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

ମୃତକଙ୍କ ମଧ୍ୟରେ ଅଛନ୍ତି ଘର ମାଲିକଭ୍କ ସହ ତାଙ୍କ ବଡ଼ ବୋହୂ, ବିବାହିତା ଝିଅ, ତାଙ୍କ ୧୧ ବର୍ଷର ଝିଅ ଏବଂ ୮ ମାସର ଶିଶୁପୁତ୍ର। ଅନ୍ୟଜଣେ ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ରୋଷେଇ ସମୟରେ ନିଆଁ ଲାଗିଥିବା କୁହାଯାଉ ଥିଲେ ମଧ୍ୟ ଏହାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ଅଗ୍ନିଶମ ବାହିନୀର ପ୍ରାଥମିକ ତଦନ୍ତ ଅନୁଯାୟୀ, ସର୍ଟ ସର୍କିଟ ଯୋଗୁଁ ଘରେ ନିଆଁ ଲାଗିଥିବା କୁହାଯାଉଛି। ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ସେପଟେ ବ୍ୟବଚ୍ଛେଦ ପରେ ମୃତକଙ୍କ ଶବ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।