ମମତା ବାନାର୍ଜୀଙ୍କ ଗାଡ଼ି ଉପରେ ଭିଡ଼ ହିଂସା ଅଭିଯୋଗ

Aug 09, 2026 - 21:22
ମମତା ବାନାର୍ଜୀଙ୍କ ଗାଡ଼ି ଉପରେ ଭିଡ଼ ହିଂସା ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୩ପରଗନା ଜିଲ୍ଲାର ହଲିସହରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗାଡ଼ି ଉପରେ ଭିଡ଼ ହିଂସା ଅଭିଯୋଗ ହୋଇଛି। ମମତା ବାନାର୍ଜୀଙ୍କ ଗାଡ଼ି ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଜଣେ ମୃତ କର୍ମଚାରୀଙ୍କ ଘରକୁ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଛି। ମମତାଙ୍କ ରାସ୍ତାରେ ପ୍ରଦର୍ଶନକାରୀମାନେ ପହଞ୍ଚି ପ୍ରଥମେ ଗାଡ଼ି ଚାରିପାଖରେ ଘେରି ଯାଇଥିଲେ। ତାପରେ ଆକ୍ରମଣ କରିଥିଲେ। କୁହାଯାଉଛି ଯେ, ମମତାଙ୍କ ଗାଡ଼ି ଉପରେକୁ କାଦୁଅ ଏବଂ ଜୋତା ଆକ୍ରମଣ ହୋଇଥିଲା। ଆକ୍ରୋଶିତ ଜନତା ମମତାଙ୍କ ବିରୋଧରେ ନାରାବାଜି କରିଥିଲେ। ସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୁଲିସ ପହଞ୍ଚି ଥିଲା ଏବଂ ମମତା ବାନାର୍ଜୀଙ୍କୁ ଘଟଣାସ୍ଥଳରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା।

ଏହି ଘଟଣା ନେଇ ମମତା ବାନାର୍ଜୀ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୋର ଗାଡ଼ି ଉପରେ ଆକ୍ରମଣ ହୋଇଛି। ପୁଲିସର ସାମ୍ନାରେ ଭିଡ଼ ହିଂସା ହୋଇଛି। ଗାଡ଼ି ଉପରକୁ ବଡ଼ବଡ଼ ପଥର ଫିଙ୍ଗା ହୋଇଛି। ଆକ୍ରମଣ ଭୟଙ୍କର ଥିଲା। ଯଦି ଗାଡ଼ିର ଝରକା ଖୋଲିଥାନ୍ତି, ତା’ହେଲେ ମୁଣ୍ଡ ଫାଟି ଯାଇଥାନ୍ତା। ଗାଡ଼ି ଭିତରେ ବସିଥିବା ଲୋକମାନଙ୍କର ମୃତ୍ୟୁ ହୋଇଯାଇଥାନ୍ତା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।