ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍, କହିଲା- ‘ତାଙ୍କ ବୟସ ମଧ୍ୟ…’
କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି।
ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ ଡା. ଶରଦ୍ୱତ ମୁଖୋପାଧ୍ୟାୟ କହିଛନ୍ତି, ସେ ରାଜନୀତିରୁ ସନ୍ନ୍ୟାସ ନେଇସାରିଛନ୍ତି। ଆମେ ତାଙ୍କୁ ବଙ୍ଗଳା କିମ୍ବା କୋଲକାତାର ରାସ୍ତାରେ ଦେଖିନାହୁଁ। ସେ କାଳୀଘାଟ କାର୍ଯ୍ୟାଳୟରେ ଅଛନ୍ତି ଏବଂ ସେଠାରୁ ହିଁ ଭାଷଣ ଦେଉଛନ୍ତି।
ସେ ଆହୁରି କହିଛନ୍ତି, ରାସ୍ତାରେ ରହି ରାଜନୀତି କରିବା ପାଇଁ ସେ ପରିଚିତ। ତାଙ୍କ ବୟସ ମଧ୍ୟ ଏବେ ଯଥେଷ୍ଟ ହୋଇଗଲାଣି। ମୁଁ ତାଙ୍କର ଭଲ ସ୍ବାସ୍ଥ୍ୟ କାମନା କରୁଛି। ତାଙ୍କ ସହିତ ଏବେ କେବଳ ୨-୩ ଜଣ ଲୋକ ଅଛନ୍ତି। ସେ ଯଦି ସେମାନଙ୍କୁ ମଧ୍ୟ ଛାଡ଼ି ଦିଅନ୍ତି, ତେବେ ମୁଁ ଖୁସି ହେବି। ନଚେତ୍ ସେ ଏବେ ମଧ୍ୟ ଅସୁବିଧାରେ ଅଛନ୍ତି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।