ମାଆ ବିରଜାଙ୍କ ପୀଠରେ ସିଂହଧ୍ଵଜ ରଥ ଟାଣିବାକୁ ଭକ୍ତଙ୍କ ଭିଡ଼

Oct 14, 2026 - 18:11
ମାଆ ବିରଜାଙ୍କ ପୀଠରେ ସିଂହଧ୍ଵଜ ରଥ ଟାଣିବାକୁ ଭକ୍ତଙ୍କ ଭିଡ଼

ମାଆ ବିରଜାଙ୍କ ପୀଠରେ ସିଂହଧ୍ଵଜ ରଥ ଟାଣିବାକୁ ଭକ୍ତଙ୍କ ଭିଡ଼

ନନ୍ଦିଘୋଷ ବ୍ୟୁରୋ: ପୀଠେ ନବରାତ୍ରୀ । ଶକ୍ତି ପୀଠରେ ଚାଲିଛି ଶକ୍ତି ଆରାଧନା । ଘଣ୍ଟଘଣ୍ଟା, ଶଙ୍ଖନାଦ ଓ ଚଣ୍ଡୀପାଠରେ କମ୍ପୁଛି ପୂରା ପରିବେଶ । ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠ । ମାଆଙ୍କ ମୁଖ ଦର୍ଶନ କରିବା ସହ ସିଂହଧ୍ଵଜ ରଥ ଟାଣିବାକୁ ଶ୍ରଦ୍ଧାଳୁଙ୍କ ଲାଗୁଛି ଲମ୍ବା ଲାଇନ । ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନ ଧରି ମାଆଙ୍କ ବିଜେ ପ୍ରତିମା ରଥାରୂଢ ହୋଇ ମନ୍ଦିର ପରିସରରେ ପରିକ୍ରମା କରିଥାନ୍ତି । ମାଆ ବିରଜାଙ୍କ ରଥଯାତ୍ରାର ରୀତି ଓ ପରମ୍ପରା ଭିନ୍ନ । ଏହା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ । ବରଂ ଯାଜପୁରର ପ୍ରାଚୀନ ଐତିହ୍ୟ, ଶାକ୍ତ ପରମ୍ପରା ଓ ଅଗଣିତ ଭକ୍ତଙ୍କ ଅଗାଢ଼ ବିଶ୍ୱାସର ପ୍ରତୀକ । ମାଆ ବିରଜା ନଅ ଦିନ ଧରି ରଥରେ ବିରାଜମାନ କରି ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ପ୍ରତିବର୍ଷ ଭଳି ରଥଯାତ୍ରା ଓ ନବରାତ୍ରୀ ପୂଜାକୁ ଶାନ୍ତିଶୃଙ୍ଖଳା ସହ ଶେଷ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମାଙ୍କ ପୀଠରେ ଚାଲିଥିବା ପୂଜା କାରଣରୁ ସମଗ୍ର ଅଞ୍ଚଳରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।