ମାଲକାନଗିରିରେ ବଡ଼ ଧରଣର ବଜ୍ରକାପ୍ତା କାତି ଜବତ, ୬ ଚୋରାଚାଲାଣକାରୀ ଗିରଫ

Sep 13, 2026 - 13:32
ମାଲକାନଗିରିରେ ବଡ଼ ଧରଣର ବଜ୍ରକାପ୍ତା କାତି ଜବତ, ୬ ଚୋରାଚାଲାଣକାରୀ ଗିରଫ

ନନ୍ଦିଘୋଷ ବ୍ୟୁରୋ:  ମାଲକାନଗିରି ବନ ବିଭାଗକୁ ବଡ଼ ସଫଳତା। ୩୫୨ଟି ବଜ୍ରକାପ୍ତା କାତି ଜବତ କରିଛି ବନ ବିଭାଗ। ଜବତ କାତିର ଓଜନ ପ୍ରାୟ ୨ କେଜି ବୋଲି ଜଣାପଡ଼ିଛି। ଘଟଣାରେ ୬ ଜଣ ଚୋରାଚାଲାଣକାରୀଙ୍କୁ ଗିରଫ କରାଯାଇଛି। ଗିରଫ ୬ ଜଣଙ୍କ ମଧ୍ୟରୁ ୨ ଜଣ ବାହାର ଜିଲ୍ଲାର ହୋଇଥିବା ବେଳେ ୪ ଜଣ ମାଲକାନଗିରି ଜିଲ୍ଲାର ବୋଲି ସୂଚନା ମିଳିଛି। ସେମାନଙ୍କ ନିକଟରୁ ୩ଟି ବାଇକ୍ ଏବଂ ୫ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ ହୋଇଛି। ଡେମ୍ ସାଇଡ୍ ଛକ ନିକଟରେ ବନ ବିଭାଗର ଏକ ଟିମ୍ ଚୋରାଚାଲାଣକାରୀଙ୍କୁ ଧରିବା ପାଇଁ ଜଗି ରହିଥିଲା। ଏହି ସମୟରେ ୩ଟି ବାଇକ୍‌ରେ ଆସିଥିବା ୬ ଜଣଙ୍କୁ କାବୁ କରିଥିଲା ବନ ବିଭାଗ ଟିମ୍।

ତେବେ ଜବତ ହୋଇଥିବା ବଜ୍ରକାପ୍ତା କାତି କେଉଁଠାରୁ ଆସିଥିଲା, ଏହାକୁ କେଉଁଠାକୁ ଚୋରାଚାଲାଣ କରାଯାଉଥିଲା ଏବଂ ଏହି ରାକେଟ୍‌ରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେନେଇ ତଦନ୍ତ ଜାରି ରହିଛି। ଚୋରାଚାଲାଣ ରାକେଟ୍‌ର ଚେର ଅନ୍ତଃରାଜ୍ୟ ସ୍ତର ପର୍ଯ୍ୟନ୍ତ ଲମ୍ବିଥିବା ନେଇ ବନ ବିଭାଗ ସନ୍ଦେହ କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।