ମିଶନ ଜିରୋ କାଜୁଆଲଟି ଫେଲ୍ ସହ ଲୋକଙ୍କୁ ରିଲିଫ ଦେଇପାରୁନାହାନ୍ତି ସରକାର

Nov 03, 2026 - 23:28
ମିଶନ ଜିରୋ କାଜୁଆଲଟି ଫେଲ୍ ସହ ଲୋକଙ୍କୁ ରିଲିଫ ଦେଇପାରୁନାହାନ୍ତି ସରକାର

ମିଶନ ଜିରୋ କାଜୁଆଲଟି ଫେଲ୍ ସହ ଲୋକଙ୍କୁ ରିଲିଫ ଦେଇପାରୁନାହାନ୍ତି ସରକାର

ନନ୍ଦିଘୋଷ ବ୍ୟୁରୋ: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ରୋଲ ମଡେଲ ସାଜିଥିବାବେଳେ ବନ୍ୟା ମୁକାବିଲାରେ ବିଫଳ ହୋଇଛି ବିଜେପି ସରକାର । ମିଶନ ଜିରୋ କାଜୁଆଲଟି ଫେଲ୍ ସହ ଲୋକଙ୍କୁ ରିଲିଫ ଦେଇପାରୁନାହାନ୍ତି ସରକାର । ଯାହାକୁ ନେଇ ବିଧାନସଭା କମିଟି ଠାରୁ ଆରମ୍ଭ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ଗଞ୍ଜାମ ବନ୍ୟା ମଣିଷକୃତ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ପୂର୍ବ ସୂଚନା ଥାଇ ବି ବିପର୍ଯ୍ୟୟ ପରିଚାଳନାରେ ସରକାର ବିଫଳ । ଭାସିଲା ଗଜପତି, ଗଞ୍ଜାମ । ମାଟି ତଳେ ପୋତି ହୋଇଗଲା ଜୀବନ । ଅର୍ଣ୍ଣବ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତିକୁ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟି-୨ରେ ଉଦବେଗ ପ୍ରକାଶ ପାଇଛି । କାହିଁକି ଗଞ୍ଜାମ ବୁଡ଼ିଗଲା, ତାକୁ ନେଇ ବିଧାୟକମାନେ ଜଳ ସମ୍ପଦ ବିଭାଗର ଅଧିକାରୀମାନଙ୍କୁ ଘେରିଥିଲେ । ସେପଟେ କେଉଁଠି ରହିଲା ଭୁଲ ସେନେଇ ଜଳ ସମ୍ପଦ ଅଧିକାରୀମାନେ ଜବାବ ଦେଇଥିଲେ । ଅଧିକାରୀମାନେ ସ୍ୱୀକାର କରିଥିଲେ ଯେ ଏତେ ବଡ଼ ବର୍ଷା ହେବ ବୋଲି ସେମାନେ ଆକଳନ କରିପାରିଲେ ନାହିଁ । ଯଦିଓ ପ୍ରବଳ ବର୍ଷା ହେବ ବୋଲି ୩୦ ତାରିଖରୁ ସୂଚନା ଥିଲା । ଏହି ସରକାର ବନ୍ୟା ପରିଚାଳନାରେ ବିଫଳ ହୋଇଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ସାରଦା ଜେନା ।

ଗଞ୍ଜାମ ସ୍ଥିତିକୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ସବୁ ବ୍ୟବସ୍ଥା ଥାଇ ଓଡ଼ିଶାର ଲୋକେ ସରକାରଙ୍କ ପାଇଁ ଦୁଃଖ ପାଇଲେ ଓ ଜୀବନ ଗଲା ବୋଲି ଅଭିଯୋଗ କରିଛି କଂଗ୍ରେସ । ପ୍ରେସମିଟ କରି କଂଗ୍ରେସ ଅଭିଯୋଗ କରିଛି, ଓଡ଼ିଶାରେ ଏକ ବାହାଦୂରୀ ଶାସନ ଚାଲିଛି । ଗଞ୍ଜାମରେ ବନ୍ୟା ସ୍ଥିତି ହେଲା, ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ବୁଲି ପଳାଇଲେ । କାହିଁକି କେନ୍ଦ୍ରର କୌଣସି ମନ୍ତ୍ରୀ ଓଡ଼ିଶାର ଦୁଃଖ ବେଳେ ଆସିଲେ ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଗଞ୍ଜାମ ପରିସ୍ଥିତି ଏପରି ହେଲାଣି ଯେ, ବିଜେପି ନେତା ଗଞ୍ଜାମ ଗଲେ ଲୋକେ ସେମାନଙ୍କୁ ଗୋଡ଼ାଉଛନ୍ତି । ବିଜେପି କିନ୍ତୁ ଏହାକୁ ସ୍ବୀକାର କରିବା ସହ ବନ୍ୟାକୁ ନେଇ ଭିନ୍ନ ଯୁକ୍ତି ବାଢିଛି ।

ନବୀନଙ୍କ ନେତୃତ୍ବରେ ୨୦୦୦ ମସିହାରୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ସାରା ବିଶ୍ବ ପାଇଁ ରୋଲମଡେଲ ସାଜିଥିଲା । ଏଥିପାଇଁ ଓଡିଶାକୁ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ମିଳୁଥିଲା । ବିଜେପି ଶାସନକୁ ଆସିବା ପରେ ବାତ୍ୟା ଓ ବନ୍ୟା ମୁକାବିଲାରେ ବିଫଳ ହେବା ସହ ଅକାଳରେ ଧନଜୀବନ କ୍ଷତି ହେଉଛି । ଯାହାକୁ ନେଇ ସରକାରଙ୍କ ପାରିବାପଣ ଉପରେ ଉଠିଛି ପ୍ରଶ୍ନ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।