ମୁକୁଳା ଡ୍ରେନ୍ରେ ପଡ଼ିଛି ଗାଈ
ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ ଯାଉଥିବା କିଛି ଲୋକ ଏହା ଦେଖି ୧୧୨ ନମ୍ବରକୁ ଡାଏଲ୍ କରି ଘଟଣା ସମ୍ପର୍କରେ ଫାୟାର ଷ୍ଟେସନକୁ ଅବଗତ କରିଥିଲେ।
ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟ ଧରି ଉଦ୍ୟମ କରିବା ପରେ ସ୍ଥାନୀୟ ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଅରୁଣ ରାଉଳ, ରଘୁନାଥ ରେଡ୍ଡୀ ଓ ଓମ୍ପ୍ରକାଶ ରାଓଙ୍କ ସହଯୋଗରେ ଗାଈଟିକୁ ଡ୍ରେନରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
ସୂଚନା ଅନୁଯାୟୀ, ଡ୍ରେନ ସଫେଇ କାର୍ଯ୍ୟ ପାଇଁ ଡ୍ରେନ ଉପରେ ଥିବା ପ୍ଲେଟ୍ଗୁଡ଼ିକୁ ବାହାର କରାଯାଇଥିଲା। ଏହି ସମୟରେ ଡ୍ରେନଟି ମୁକୁଳା ରହିଥିବାରୁ ଗାଈଟି ତା’ ଭିତରକୁ ଗଳି ପଡ଼ିଥିଲା।
ଘଟଣାସ୍ଥଳରେ ଏନ୍ଏସି ସାନିଟେସନ୍ ଏକ୍ସପର୍ଟ ନୋମେଶ ପହଞ୍ଚି ଡ୍ରେନ ଉପରେ ପ୍ଲେଟ୍ଗୁଡ଼ିକୁ ପୁନଃ ଲଗାଇବା ପାଇଁ ବ୍ୟବସ୍ଥା କରିଥିଲେ।
ଅଗ୍ନିଶମ ବିଭାଗର ଲିଫ୍ଟିଂ ଫାୟାର ଫାଇଟର ସଦାନନ୍ଦ ନାୟକ, ଏଫ୍ଏମ୍ଡି ସୌମ୍ୟରଞ୍ଜନ ସାହୁ, ଏଫ୍ଡି ଏସ୍.କେ. ଗୌଡ଼, ଏସ୍.ଏନ୍. ପ୍ରଧାନ, ବନଜ ସେଠୀ ଓ ଆର୍.କେ. ଗୌଡ଼ ପ୍ରମୁଖ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗାଈଟିକୁ ଡ୍ରେନରୁ ଉଦ୍ଧାର କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।