ଯକୃତ ପ୍ରତିରୋପଣ କ୍ଷେତ୍ରରେ ଷ୍ଟାର ହସ୍ପିଟାଲର ଭୂମିକା ଓ ସଫଳତା

Oct 06, 2026 - 04:25
ଯକୃତ ପ୍ରତିରୋପଣ କ୍ଷେତ୍ରରେ ଷ୍ଟାର ହସ୍ପିଟାଲର ଭୂମିକା ଓ ସଫଳତା

ଭୁବନେଶ୍ୱର : ବର୍ତ୍ତମାନର ବ୍ୟସ୍ତବହୁଳ ସମୟ ମଧ୍ୟରେ ସ୍ବାସ୍ଥ୍ୟର ଯତ୍ନ ନେବା ବହୁ କଷ୍ଟକର ହୋଇଗଲାଣି। ଏହି ଅବହେଳା ଓ ଉତ୍ତମବାତାବରଣର ଅଭାବରୁ ଯକୃତ ସମସ୍ୟା ଭଳି ଦୂରାରୋଗରେ ପଡି ସେଥିରୁ ସୁସ୍ଥ ହୋଇ ଫେରିବାର ଆଶା କମ୍ ଥିଲାବେଳେ ହାଇଦ୍ରାବାଦର ଅତ୍ୟାଧୁନିକ ଚିକିତ୍ସାଳୟ ଷ୍ଟାର ହସ୍ପିଟାଲ ଏହି ଚିକିତ୍ସା କ୍ଷେତ୍ରରେ ସର୍ବାଧିକ ସଫଳତା ହାସଲ କରିଛି ।ଏହି ସଫଳତା କିଭଳି ସବୁ ବର୍ଗର ରୋଗୀ ପାଇପାରିବେ ସେଥିପାଇଁ ପାଇଁ ହସ୍ପିଟାଲ ସମସ୍ତ ପ୍ରକାରର ଚେଷ୍ଟା ଜାରି ରଖିଛି।
ଉଲ୍ଲେଖଯୋଗ୍ୟ, ଷ୍ଟାର ହସ୍ପିଟାଲ ପକ୍ଷରୁ ଶନିବାର ଭୁବନେଶ୍ୱରରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ହସ୍ପିଟାଲର ବରିଷ୍ଠ ଚିକିତ୍ସକ ଡକ୍ଟର ମିଟୁ ଶ୍ରୀନିବାସ ରେଡ୍ଡୀ ଏବଂଡକ୍ଟର ରଘୁରାମ ରେଡ୍ଡୀ ଉପସ୍ଥିତ ରହି ହସ୍ପିଟାଲର ଆଭିମୁଖ୍ୟ ଓ ଯକୃତ ପ୍ରତିରୋପଣର ସମସ୍ତ ଦିଗ ଓ ଚିକିତ୍ସାର ସୁବିଧା ଆଦି ବିଷୟରେ ବିସ୍ତୃତ ଭାବେ ଆଲୋଚନା ସହ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଯକୃତ ପ୍ରତିରୋପଣର ସଫଳତା ହାର ଓ ହସ୍ପିଟାଲର ଭିତ୍ତିଭୂମି ଏବଂ ଭୂମିକା ଆଦି ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ଷ୍ଟାର ହସ୍ପିଟାଲରେ ଚିକିତ୍ସିତ ହୋଇ ଫେରିଥିବାବ୍ୟକ୍ତି ମାନେ ଯକୃତ ପ୍ରତିରୋପଣର ସଫଳତା ହାର ବିଷୟରେ ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।