ଯନ୍ତ୍ରଣାଦାୟକ ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦି: ଭାବପ୍ରବଣ ପୋଷ୍ଟ କରି ଲେଖିଲେ…

Aug 14, 2026 - 09:39
ଯନ୍ତ୍ରଣାଦାୟକ ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦି: ଭାବପ୍ରବଣ ପୋଷ୍ଟ କରି ଲେଖିଲେ…

ନୂଆଦିଲ୍ଲୀ,୧୪।୮:୧୪ ଅଗଷ୍ଟ ଅର୍ଥାତ୍‌ ଆଜି ଭାରତରେ ‘ବିଭାଜନ ବିଭିଷୀକାର ସ୍ମୃତି ଦିବସ’ ପାଳନ କରାଯାଉଛି। ୧୯୪୭ ବିଭାଜନ ସମୟରେ ଯେଉଁମାନେ ପ୍ରାଣ ହରାଇଥିଲେ ଏବଂ ଅକଳ୍ପନୀୟ ଯନ୍ତ୍ରଣା ସହ୍ୟ କରିଥିଲେ। ସେମାନଙ୍କୁ ଦେଶ ଶ୍ରଦ୍ଧାଞ୍ଜଳି ଜଣାଉଛି। ୧୯୪୭ରେ ଭାରତ ସ୍ବାଧୀନତା ପାଇଲା ସମୟରେ, ଦେଶର ବିସ୍ତୃତ ଅଞ୍ଚଳ ବିଭାଜନର ଯନ୍ତ୍ରଣା ସହ୍ୟ କରିଥିଲା। ବିଭାଜନ ରେଖା ଚିତ୍ରଣ ପରେ, ଲକ୍ଷ ଲକ୍ଷ ଲୋକ ପଞ୍ଜାବ ଏବଂ ବଙ୍ଗଳା (ପାକିସ୍ତାନ)ର ବିଭାଜିତ ଅଞ୍ଚଳରେ ସବୁକିଛି ଛାଡ଼ି ସ୍ବାଧୀନ ଭାରତରେ ଆସିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏହି ବ୍ୟକ୍ତିବିଶେଷଙ୍କ ଦୃଢ଼ତାକୁ ସଲାମ କରିଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।