ଯାତ୍ରା ମଞ୍ଚରେ ଚୌକି-ବୋତଲ ଫିଙ୍ଗିଲେ ଦର୍ଶକ, ‘ଲଭ୍ ଜିହାଦ୍’ ନାଟକକୁ ନେଇ ଉତ୍ତେଜନା
ନନ୍ଦିଘୋଷ ବ୍ୟୁରୋ : ଯାତ୍ରା ମଞ୍ଚ ଉପରକୁ ଚୌକି ଓ ବୋତଲ ଫିଙ୍ଗିଲେ ଦର୍ଶକ। ‘ଲଭ୍ ଜିହାଦ୍’ ନାଟକ ପରିବେଷଣ ସମୟରେ ସୃଷ୍ଟି ହେଲା ଉତ୍ତେଜନା। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ବ୍ଲକ ଏସ୍. ରାମପୁରଠାରେ ଚାଲିଥିବା ଧଉଳି ଅପେରାରେ ଏହି ଘଟଣା ଘଟିଛି। ନାଟକ ଚାଲିଥିବା ସମୟରେ କୌଣସି କାରଣରୁ କିଛି ଦର୍ଶକ ଉତ୍ତେଜିତ ହୋଇ ମଞ୍ଚ ଉପରେ ଉପସ୍ଥିତ କଳାକାରଙ୍କ ଆଡ଼କୁ ଚୌକି ଓ ବୋତଲ ଫିଙ୍ଗିଥିଲେ। ଏପରିକି କିଛି ଦର୍ଶକ ମଞ୍ଚ ଉପରକୁ ଚଢ଼ିଯାଇଥିବାରୁ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ଖବର ପାଇ ଅପେରା କମିଟିର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଶୁଝା କରିଥିଲେ। କମିଟି ସଦସ୍ୟଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ହୋଇଥିବା ଜଣାପଡ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।