‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ
ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ କେତେବେଳେ କୌଣସି ସରକାରୀ ଯୋଜନାର ବିବରଣୀ ସାମ୍ନାକୁ ଆସୁଛି। ଏହାରି ମଧ୍ୟରେ ନିକଟରେ ସୋସିଆଲ ମିଡିଆ ମାଧ୍ୟମରେ ଆଉ ଏକ ଯୋଜନା ବିଷୟରେ ସୂଚନା ମିଳିଛି। ଏଥିରେ ଦାବି କରାଯାଉଛି ଯେ, ଯେଉଁମାନଙ୍କ ପାଖରେ ଆଧାର କାର୍ଡ ରହିଛି, ସେମାନଙ୍କୁ ସରକାରଙ୍କ ପକ୍ଷରୁ ସୁନା ଦିଆଯିବ।
ବାସ୍ତବରେ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ଏକ ଯୋଜନା ବିଷୟରେ କହୁଥିବା ଦାବି କରାଯାଉଛି। ଏହି ଯୋଜନା ଅନୁଯାୟୀ, ଯେଉଁ ଆବେଦନକାରୀଙ୍କ ପାଖରେ ଆଧାର କାର୍ଡ ରହିଛି, ସରକାର ସେମାନଙ୍କୁ ୧ ତୋଳା ସୁନା ଦେବେ ବୋଲି ଦାବି କରାଯାଉଛି।
ତେବେ ଏହି ଭାଇରାଲ ଭିଡିଓକୁ ନେଇ ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ସାମ୍ନାକୁ ଆସିଛି ଏବଂ ଏହି ଭିଡିଓର ସତ୍ୟତା ବିଷୟରେ ସରକାର ସ୍ପଷ୍ଟ କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓର ସତ୍ୟତା ସରକାରୀ ଏଜେନ୍ସି PIB Fact Check ପକ୍ଷରୁ ପ୍ରକାଶ କରାଯାଇଛି। ଏଜେନ୍ସିର ଅଧିକାରିକ X ଆକାଉଣ୍ଟରେ ଏହି ଭିଡିଓ ଶେୟାର କରାଯାଇଛି ଏବଂ ଏହା ଉପରେ ସ୍ପଷ୍ଟ ଭାବେ ‘FAKE’ ଲେଖାଯାଇଛି। ଏହା ସହିତ କ୍ୟାପସନରେ ଲୋକଙ୍କୁ ‘ଡିପ୍ଫେକ ଭିଡିଓରୁ ସାବଧାନ ରୁହନ୍ତୁ!’ ବୋଲି ସତର୍କ କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।