ଯୋଗାଣ ବିଭାଗର ଚଢ଼ାଉ: ଯାତ୍ରୀବାହୀ ବସ୍‌ରୁ ଜବତ ହେଲା ଗ୍ୟାସ ଭର୍ତ୍ତି ସିଲିଣ୍ଡର

Nov 05, 2026 - 12:32
ଯୋଗାଣ ବିଭାଗର ଚଢ଼ାଉ: ଯାତ୍ରୀବାହୀ ବସ୍‌ରୁ ଜବତ ହେଲା ଗ୍ୟାସ ଭର୍ତ୍ତି ସିଲିଣ୍ଡର

ବସ୍ତା,୫ା୧୧(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଗାନ୍ଧୀ ଛକଠାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଯୋଗାଣ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇଛି। ଏହି ଚଢ଼ାଉରେ ବାଲିଆପାଳରୁ ବାଲେଶ୍ୱର ମୁଖେ ଯାଉଥିବା ଦୁଇଟି ବସ୍‌ରୁ ମୋଟ ୯ଟି ଚୋରା ଗ୍ୟାସ ଭର୍ତ୍ତି ସିଲିଣ୍ଡର ଜବତ କରାଯିବା ସହ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଜନୈକ ବ୍ୟକ୍ତି ବାଲିଆପାଳ ଅଞ୍ଚଳରୁ ସଂଗ୍ରହ କରି ବାଲେଶ୍ୱରର ବିଭିନ୍ନ ଅଞ୍ଚଳକୁ ଚାଲାଣ କରୁଥିବାବେଳେ ବସ୍‌ଗୁଡ଼ିକ ଯାତ୍ରୀମାନଙ୍କ ସୁରକ୍ଷାକୁ ନଜର ଅନ୍ଦାଜ କରି ବସ୍‌ ଡିକିରେ ଗ୍ୟାସ୍‌ ପରିବହନ କରୁଥିବା ଜଣାଯାଇଛି। ତେବେ ୯ଟି ସିଲିଣ୍ଡର ମଧ୍ୟରୁ ୩ଟି ଇଣ୍ଡେନ ବାକିଗୁଡ଼ିକ ଏଚ୍‌ପିର ହୋଇଥିବା ଜଣାଯାଇଛି। ସିଲିଣ୍ଡରଗୁଡ଼ିକ ଜବତ କରାଯାଇ ଯୋଗାଣ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।