ରଥ ମେଲଣରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ
ଅତାବିରା,୨୩।୭(ଯୁଧିଷ୍ଠିର ମହାପାତ୍ର) ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବରଗଡ଼ ଜିଲା ଅତାବିରା ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ କାଠଡେରା ଶ୍ରୀଗୁଣ୍ଡିଚା ଧାମରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି।
ଉପମୁଖ୍ୟମନ୍ତ୍ରୀ କାଠଡେରା ପହଞ୍ଚି ମାଉସି ମା’ ମନ୍ଦିରରେ ୬ଖଣ୍ଡ ଗ୍ରାମର ଠାକୁରଙ୍କୁ ଦର୍ଶନ କରିଥିଲେ। ପରେ ସତ୍ୟବାନ ପ୍ରଧାନଙ୍କ ସଂଯୋଜନାରେ ରଥଯାତ୍ରା ପରିଚାଳନା କମିଟି ସଭାପତି ପଞ୍ଚାନନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ, ଭାଜପା ଜିଲା ସଭାପତି ଡା. ଅରୂପା ନନ୍ଦ ସାହୁ, ସୁରେଶ୍ୱର ଶତପଥୀ, ଡି ମୂରଲୀ କ୍ରିଷ୍ଣା, ମିଳନ ସେଠ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।
ଅତାବିରା ବିଧାୟକ ଶ୍ରୀ ମହାନନ୍ଦ ଅଞ୍ଚଳଟି କୃଷିପ୍ରଧାନ ହୋଇଥିବାରୁ ଏଠାରେ ଏକ କୃଷି ବୈଷୟିକ ଶିଳ୍ପ ଏବଂ କାଠଡେରାରେ ଏକ ବିଦ୍ୟୁତ୍ ଗ୍ରୀଡ ସ୍ଥାପନ ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି ଜଣାଇଥିଲେ। ଏହି ଅବସରରେ ରଥ ଯାତ୍ରା କମିଟି ପକ୍ଷରୁ ଉପମୁଖ୍ୟ ମନ୍ତ୍ରୀଙ୍କୁ ଜଗନ୍ନାଥଙ୍କ ଫଟୋ ଏବଂ ମେହେର ସମାଜ ପକ୍ଷରୁ ବନ୍ଦ କଳାର ଜଗନ୍ନାଥଙ୍କ ଫଟୋ ପ୍ରଦାନ କରାଯାଇଥିଲା।
ପୂର୍ବରୁ ଉପମୁଖ୍ୟ ମନ୍ତ୍ରୀ ଲଚିଦା ସରକାରୀ କୃଷି ଫାର୍ମ ପରିଦର୍ଶନ କରିଥିଲେ । କମ ରାସାୟନିକ ବ୍ୟବହାର କରି ଉତ୍ତମ ଫସଲ ଅମଳ ପାଇଁ ପ୍ରୟାସ କରିବାକୁ କର୍ମଚରୀଙ୍କୁ କହିଥିଲେ।
କାର୍ଯ୍ୟକ୍ରମରେ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲ, ଜିଲା ମୁଖ୍ୟ କୃଷି ଅଧିକାରୀ ମମତାରାଣୀ ତ୍ରିପାଠୀ, ଅତାବିରା ଗୋଷ୍ଠୀ କୃଷି ଅଧିକାରୀ ପିଙ୍କୁସେନ କରଙ୍କ ସହ ଜିଲା କୃଷି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।