ରାଉରକେଲା ଜେପି ହସ୍ପିଟାଲର ବଡ଼ ସଫଳତା, ଗର୍ଭସ୍ଥ ଶିଶୁକୁ ପ୍ରଥମ ଥର ରକ୍ତ ସଞ୍ଚାର

Oct 09, 2026 - 21:58
ରାଉରକେଲା ଜେପି ହସ୍ପିଟାଲର ବଡ଼ ସଫଳତା, ଗର୍ଭସ୍ଥ ଶିଶୁକୁ ପ୍ରଥମ ଥର ରକ୍ତ ସଞ୍ଚାର

ନନ୍ଦିଘୋଷ ବ୍ୟୁରୋ: ଉନ୍ନତ ଭୃଣ ଚିକିତ୍ସା କ୍ଷେତ୍ରରେ ରାଉରକେଲା ଜୟ ପ୍ରକାଶ ହସ୍ପିଟାଲ ସଫଳତା ହାସଲ କରିଛି। ରାଉରକେଲା ଜୟପ୍ରକାଶ ହସ୍ପିଟାଲରେ ପ୍ରଥମ ଥର ପାଇଁ ସଫଳତାର ସହ ଇଣ୍ଟ୍ରା ୟୁଟେରାଇନ୍ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ କରାଯାଇଛି। ଗର୍ଭାବସ୍ଥାରେ ଭୃଣକୁ ଯତ୍ନର ସହ ନିରୀକ୍ଷଣ କରାଯାଇ ଗମ୍ଭୀର ରକ୍ତହୀନତା ଚିହ୍ନଟ କରାଯାଇଥିଲା। ଉପଯୁକ୍ତ ମୂଲ୍ୟାଙ୍କନ ଏବଂ ପ୍ରସ୍ତୁତି ପରେ, ବରିଷ୍ଠ ସ୍ତ୍ରୀ-ରୋଗ ବିଶେଷଜ୍ଞ ଡାକ୍ତର ପୀୟୁଷ ବଂଶଲଙ୍କ ନେତୃତ୍ୱରେ ଫିଟାଲ୍ ମେଡିସିନ୍ ଟିମ୍ ଦ୍ୱାରା ବ୍ଲଡ୍ ବ୍ୟାଙ୍କ୍ ଡାକ୍ତର ଅରୁଣା ସାହୁ, ଆନାସ୍ଥେସିଆ ଡାକ୍ତର ସାମ୍ରାଜ୍ଞୀ ଗାଙ୍ଗୁଲି, ନିଓନାଟାଲ୍ ଡାକ୍ତର ନମିତା ସାହୁ, ଡାକ୍ତର ନିଶୁ ବଂଶଲ ଏବଂ ନର୍ସିଂ ଟିମର ସମନ୍ୱିତ ସହଯୋଗରେ ଏହି ଇଣ୍ଟ୍ରା ୟୁଟେରାଇନ୍ ଟ୍ରାନ୍ସଫ୍ୟୁଜନ୍ ସଫଳତାର ସହ ସମ୍ପନ୍ନ କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରୟାସକୁ ଜେପି ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ଚନ୍ଦନ ବଂଶଲ ପୂର୍ଣ୍ଣ ସମର୍ଥନ କରିବା ସହ ଠିକ୍ ସମୟରେ ଏୟାରଲିଫ୍ଟର ବ୍ୟବସ୍ଥା ଏବଂ ଦ୍ରୁତ ପଦକ୍ଷେପ କାରଣରୁ ଏହି ଚିକିତ୍ସା ପ୍ରକ୍ରିୟା ସଫଳ ହୋଇପାରିଥିବା ନେଇ ସୂଚନା ଦେଇଛନ୍ତି। ଗର୍ଭାବସ୍ଥାରେ ପେଟ ଭିତରେ ଥିବା ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇ ପାରିଥିବାରୁ ଜୟ ପ୍ରକାଶ ହସ୍ପିଟାଲର ପୁରା ଟିମକୁ ଧନ୍ୟବାଦ ଜଣାଇଛନ୍ତି ସୁସ୍ଥ ହୋଇଥିବା ମହିଳା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।