ରାଉରକେଲାରେ ବାଲି ଚୋରା ଚାଲାଣ, ୫ ଟ୍ରକ୍ ସହ ୫ ଡ୍ରାଇଭର ଗିରଫ

Sep 26, 2026 - 18:40
ରାଉରକେଲାରେ ବାଲି ଚୋରା ଚାଲାଣ, ୫ ଟ୍ରକ୍ ସହ ୫ ଡ୍ରାଇଭର ଗିରଫ

ନନ୍ଦିଘୋଷ ବ୍ୟୁରୋ : ରାଉରକେଲାରେ ମାତିଛନ୍ତି ବାଲି ମାଫିଆ । ପ୍ରଶାସର ନାକତଳେ ଚୋରା ଚାଲାଣ କରି ମାଲାମାଲ । କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ସହୁଛି ପ୍ରଶାସନ । ୫ଟି ଟ୍ରକ ସହ ୫ ଡ୍ରାଇଭର ଗିରଫ । ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ନଦୀରୁ ବାଲି ଉଠାଇବା ପାଇଁ ନିଷେଧାଦେଶ ଜାରି କରିଛି ପ୍ରଶାସନ । ତେବେ ଏହି ନିର୍ଦ୍ଦେଶକୁ ଖାତିର କରୁ ନାହାନ୍ତି ମାଫିଆ । ରାଉରକେଲାର ବିଭିନ୍ନ ନଦୀରୁ ବେଧଡ଼କ ଚାଲିଛି ଚୋରା ବାଲି ଚାଲାଣ । ସୁନ୍ଦରଗଡ଼ ବିଶ୍ରା ରେଞ୍ଜ ଅନ୍ତର୍ଗତ ତେତେରକେଲା ଘାଟ ନିକଟରେ ବନ ବିଭାଗ ଚଢଉ କରି ୫ ଟ୍ରକ ଵାଲି ଜଵତ କରିବା ସହ ୫ ଜଣ ଡ୍ରାଇଭରଙ୍କୁ ଗିରଫ କରିଛି । ଏହି ଘଟଣା ପରେ ବାଲି ଚୋରା କାରବାର ରୋକିବା ପାଇଁ ଵନ ବିଭାଗ ପକ୍ଷରୁ କଡା ପଦକ୍ଷେପ ନିଆଯାଉଥିବା ରାଉରକେଲା ଡିଏଫଓ ସୂଚନା ଦେଇଛନ୍ତି । ୨୦୨୫-୨୬ ବର୍ଷରେ ଖଣି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୧୫ ଟି ଚୋରା ବାଲି ଗାଡ଼ି ଜବତ କରାଯାଇଥିଲା । ୩ କୋଟି ୨୫ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଚଳିତ ବର୍ଷ ଖଣି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଶହେଟି ଗାଡି ଜବତ କରାଯିବା ସହ ୫ କୋଟି ଟଙ୍କା ରାଜସ୍ବ ଆଦାୟ କରାଯାଇଛି । ଅନ୍ୟପକ୍ଷରେ ରାଉରକେଲା ସହର ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଵାଲି ଚୋରା କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଲି ମହଜୁଦ ରଖି ଚୋରା କାରବାର କରୁଥିବା ଅଭିଯୋଗ ହେଉଛି ।  tittle

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।