ରାଣୀ ମୁଖାର୍ଜୀଙ୍କ ଉପରେ ଭାଙ୍ଗିପଡିଲା ଦୁଃଖର ପାହାଡ଼, ଏମିତି କେବେ ଘଟିବ ବୋଲି…
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ତାଙ୍କ ମାଆ କୃଷ୍ଣା ମୁଖାର୍ଜୀଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର, ସେପ୍ଟେମ୍ବର ୨୨ ତାରିଖ ଅପରାହ୍ନରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି।
କୃଷ୍ଣା ମୁଖାର୍ଜୀଙ୍କ ପରଲୋକ ନେଇ ଯଶରାଜ ଫିଲ୍ମସ ପକ୍ଷରୁ ଏକ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି। ତେବେ ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ।
ଯଶରାଜ ଫିଲ୍ମସର ବିବୃତ୍ତିରେ କୁହାଯାଇଛି ଯେ, ରାଣୀ ମୁଖାର୍ଜୀଙ୍କ ମାଆ ୭୫ ବର୍ଷୀୟା କୃଷ୍ଣା ମୁଖାର୍ଜୀଙ୍କର ମଙ୍ଗଳବାର ଅପରାହ୍ନରେ ଦେହାନ୍ତ ହୋଇଛି। ଏହି ଦୁଃଖଦ ସମୟରେ ପରିବାର ପ୍ରତି ଲୋକଙ୍କ ଭଲପାଇବା, ପ୍ରାର୍ଥନା ଓ ସମର୍ଥନ ପାଇଁ ପରିବାର କୃତଜ୍ଞତା ଜଣାଇଛି। ଏଥିସହ ଏହି କଠିନ ସମୟରେ ପରିବାରର ପ୍ରାଇଭେସିକୁ ସମ୍ମାନ ଦେବାକୁ ଅନୁରୋଧ କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।