ମେଷ
ଦୀର୍ଘଦିନର ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଅନୁଭବ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସଭାସମିତି ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହି ପାରନ୍ତି। ବିବାଦୀୟ ସ୍ଥିତିର ସମାଧାନପୂର୍ବକ ଅଫିସରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। କିନ୍ତୁ ବିଶେଷତଃ ପୂର୍ବ ରାଗ ଶୁଝାଇବାକୁ କେନ୍ଦ୍ରକରି ନିଜ ଲୋକମାନେ ଅସୁବିଧାରେ ପକାଇ ପାରନ୍ତି।
ବୃଷ

ପ୍ରତିବନ୍ଧକ ମଧ୍ୟରେ କାର୍ଯ୍ୟସିଦ୍ଧି କାରଣରୁ ମାନସିକ ସ୍ଥିତି ଅକ୍ଷୁଣ୍ଣ ରହିବ। ସଭାସମିତି, କ୍ରୀଡ଼ା ଓ ସାହିତ୍ୟରେ ସୁନାମ ଅର୍ଜନ କରିବେ। ଆର୍ଥିକ ସମସ୍ୟା କେତେକାଂଶରେ ପାରିବାରିକ ଆବଶ୍ୟକତାକୁ ଅଟକାଇ ଦେଇପାରେ। ନିର୍ମାଣକାର୍ଯ୍ୟ, ବ୍ୟବସାୟ, ସାମ୍ବାଦିକତା, ଏଜେନ୍ସିପ୍, ମାଲିମକଦ୍ଦମା ପ୍ରଭୃତିରେ ଉନ୍ନତି କରିବେ।
ମିଥୁନ

କର୍ମକ୍ଷେତ୍ରରେ ସମସ୍ୟା ଲାଗିରହିବାରୁ ମନରେ ସରସତା ରହିବ ନାହିଁ। ସମ୍ପର୍କୀୟଙ୍କଠାରୁ କାମ ସକାଶେ ସାହାଯ୍ୟ ପାଇବେ। କର୍ମକ୍ଷେତ୍ରରେ ଜାଣିଶୁଣି କେତେକ ଈର୍ଷାପରାୟଣ ବ୍ୟକ୍ତି ସମସ୍ୟା ସୃଷ୍ଟି କରିପାରନ୍ତି। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
କର୍କଟ

ବନ୍ଧୁଙ୍କ ସହ କଥାବାର୍ତ୍ତାରେ ସଂଯମତା ଅବଲମ୍ବନ ନ କଲେ କଳହ ଆଶଙ୍କା ରହିଛି । କର୍ମକ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ସହ କୂଟନୀତି ବଳରେ କାର୍ଯ୍ୟ ସାଧନ କରିବେ। ପରିବାରରେ ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ଦାମ୍ପତ୍ୟ ଜୀବନରେ ଭୁଲ୍ ବୁଝାମଣା ହେତୁ ଅଶାନ୍ତର ବାତାବରଣ ସୃଷ୍ଟି ହୋଇପାରେ।
ସି˚ହ

କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ମନେଇ କାମ ହାସଲ କରିବାରେ ସମର୍ଥ ହେବେ। ପୁରାତନ ରୋଗର ପୀଡ଼ା ବୃଦ୍ଧି ହେତୁ ଦୈହିକ ଅସୁସ୍ଥତା ଅନୁଭବ କରିବେ। ଅଫିସ୍ କାମରେ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସଭାସମିତିରେ ଶେଷ ସମୟରେ ନିଷ୍ପତ୍ତି ବଦଳାଇ ସମାଲୋଚିତ ହୋଇପାରନ୍ତି।
କନ୍ୟା

ସମସ୍ତ ସୁବିଧା ଥାଇ ମଧ୍ୟ ପରୋକ୍ଷ ଶତ୍ରୁତାଜନିତ କାମରେ ପ୍ରତିବନ୍ଧକ ସୃଷ୍ଟି ହେବ। ସାହିତ୍ୟ, ସଙ୍ଗୀତ, କ୍ରଡ଼ା, ଅଧ୍ୟୟନ, ଅଧ୍ୟାପନା, ଲେଖାପଢ଼ା କ୍ଷେତ୍ରରୁ ଶୁଭଫଳ ପାଇବେ। ଘରର ଆବଶ୍ୟକତାକୁ ନେଇ ଆଜି ଗୃହୋପକରଣ କ୍ରୟ କରିପାରନ୍ତି। ପଡ଼ୋଶୀଙ୍କ ପ୍ରତିବାଦ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ।
ତୁଳା

ନିଜ ପରିସରର ବନ୍ଧୁମାନଙ୍କୁ ଉପଯୁକ୍ତ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ, ଯାହା କି ଅନର୍ଥର କାରଣ ହୋଇପାରେ। ଆଜିର ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହଁି , ବିଭିନ୍ନ ଦିଗରୁ ଅର୍ଥ ପାଇପାରିବେ । ବନ୍ଧୁଙ୍କ ମୁହଁ ସାମ୍ନାରେ ସମସ୍ୟାଟିକୁ ପ୍ରକାଶ କରିବାରେ ପଛେଇଯାଇପାରନ୍ତି।
ବିଛା

ପୂର୍ବଶତ୍ରୁତାରୁ ଭଲ ସମ୍ପର୍କ ଥିବା ବ୍ୟକ୍ତିଙ୍କ ସହ ବୈରତା ସୃଷ୍ଟି ହୋଇପାରେ। ଅର୍ଥ ସମ୍ପର୍କୀୟ ଆଲୋଚନାରେ ବହୁତ ଯୁକ୍ତିତର୍କ ପରେ ଯାଇ ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ସଭାସମିତିରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବାର ଆଶଙ୍କା ରହିଛି। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ଓ ତଦନୁସାରେ କାମ ମଧ୍ୟ କରିବେ।
ଧନୁ

କର୍ମକ୍ଷେତ୍ରରେ ସହକର୍ମୀଙ୍କ ସନ୍ଦେହାମତ୍କ ବ୍ୟବହାର ମନରେ ଭାବାନ୍ତର ସୃଷ୍ଟି କରିବ। ମାନସିକ ଚାପଗ୍ରସ୍ଥ କାରଣରୁ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିପାରନ୍ତି। ଜମା କଳ୍ପନା କରି ନ ଥିବା ହଠାତ୍ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ।
ମକର

ସାମାଜିକ କ୍ଷେତ୍ରରେ ସମସ୍ୟା ମଧ୍ୟ ଦେଇ ଗତି କରିବାରୁ ଅଶାନ୍ତ ରହିପାରନ୍ତି। କର୍ମକ୍ଷେତ୍ରରେ ବିରୋଧ କରୁଥିବା ବ୍ୟକ୍ତିଙ୍କ ଦ୍ୱାରା ଅସମ୍ମାନିତ ହେବେ। ନିର୍ମାଣାଧୀନ କାମ ଶେଷ ହେବାରେ ଅନ୍ୟମାନେ ସମସ୍ୟା ସୃଷ୍ଟି କରିବେ। ଅର୍ଥ ସଂକଟ, ମାଲିମକଦ୍ଦମା, ପରୋକ୍ଷ ଶତ୍ରୁତା ଚିନ୍ତାର କାରଣ ହେବାର ସୂଚନା ରହିଛି।
କୁମ୍ଭ

ନିଜ ଲୋକ ଶତ୍ରୁତା କରିବା କାରଣରୁ ପ୍ରାପ୍ୟଧନରେ ବାଧା ସୃଷ୍ଟି ହେବ ଏବଂ କ୍ଷତିରେ ମଧ୍ୟ ପଡ଼ି ପାରନ୍ତି। ପାରିବାରିକ କ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ର କରି ମତ ପାର୍ଥକ୍ୟ ଦେଖାଦେବ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ଦୀର୍ଘଦିନରୁ ଦୈହିକ ଦୁର୍ବଳତା ଲାଗି ରହିଥିବା ଯୋଗୁ ମନୋବଳ କମି ଯାଇପାରେ।
ମୀନ
ଦୃଢ ଇଚ୍ଛାଶକ୍ତି ବଳରେ ଗତକାଲିର ଅସମ୍ପୂର୍ଣ୍ଣ କାମକୁ ଆଜି ପୂର୍ଣ୍ଣାଙ୍ଗ କରିବେ। ଆର୍ଥିକ ସ୍ଥିତି, ସାମାଜିକ ପ୍ରଗତି, ପୂର୍ବପରି ଅକ୍ଷୁଣ୍ଣ ରହିବାରୁ ମନୋବଳ ବୃଦ୍ଧି ପାଇବ। ମାଲି ମକଦ୍ଦମାରେ ସଫଳତା ହାସଲ କରି ଏକ ପ୍ରକାର ଆଶ୍ୱସ୍ତି ଲାଭ କରିପାରନ୍ତି। ଆଲୋଚନା ପ୍ରସଙ୍ଗରେ ପରିବାରର ମତାମତକୁ ଗୁରୁତର ସହ ବିଚାର କରିବା ଭଲ ହେବ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.