ରାଶିଫଳ: ରବିବାର, ଅକ୍ଟୋବର ୨୫ ତାରିଖ – Daily Horoscope

Oct 24, 2026 - 16:27
ରାଶିଫଳ: ରବିବାର, ଅକ୍ଟୋବର ୨୫ ତାରିଖ – Daily Horoscope
ମେଷ
ଆଜିର ଗ୍ରହଯୋଗରୁ ଆର୍ଥିକ ଉନ୍ନତି, ପାରିବାରିକ ସଦ୍ଭାବ ଏବଂ ବ୍ୟବସାୟିକ ସଫଳତା ପାଇବେ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ସଭାସମିତି, ରାଜନୀତି, ସଙ୍ଗଠନ ତଥା ଅଧ୍ୟାପନା କ୍ଷେତ୍ରରୁ ପ୍ରଶଂସା ମିଳିବ। କୃତ୍ତିକା କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି।
ବୃଷ
ବୃଷ
ପ୍ରତ୍ୟେକ କ୍ଷେତ୍ରରେ ବାକ୍‌ସଂଯମ ଅବଲମ୍ବନ କରି ନୀରବ ରହିବାକୁ ବାଧ୍ୟ ହେବେ। ତଥାପି ବନ୍ଧୁମାନଙ୍କ ନିକଟରୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାଜନିତ ଟେନ୍‌ସନ୍‌ ଅପରାହ୍ନରେ ଦୂର ହେବାର ସୂଚନା ରହିଛି। ମୃଗଶିରା ନକ୍ଷତ୍ର ଘରୋଇ କଥାକୁ ନେଇ ସାମୟିକ ଆନମନା ରହିପାରନ୍ତି।
ମିଥୁନ
ମିଥୁନ
ସମସ୍ତ ପ୍ରକାରର ସୁବିଧା ରହିଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତିର ସରଳ ସମାଧାନ କରିପାରିବେ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ପୁନର୍ବସୁ ଆଲୋଚନାରେ ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
କର୍କଟ
କର୍କଟ
ଆଜିର ଗ୍ରହସ୍ଥିତି ପ୍ରାୟତଃ ଅନୁକୂଳ ରହିଥିବାରୁ କର୍ମକ୍ଷେତ୍ର, ପାରିବାରିକ ପରିସ୍ଥିତି ଭଲ ରହିବ। ଶାରୀରିକ ଅସୁସ୍ଥତା କେତେକାଂଶରେ ମାନସିକ ସ୍ଥିତିକୁ ଦୁର୍ବଳ କରିଦେଇପାରେ। ଅଶ୍ଳେଷା ନକ୍ଷତ୍ର ଭୁଲ୍‌ ବୁଝାମଣାରୁ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। କାମ ଭଲରେ ହେବା ସହ ସଭାସମିତି ସଫଳତା ହାସଲ କରିବେ।
ସି˚ହ
ସି˚ହ
ପରିବାରର ବ୍ୟୟବୃଦ୍ଧି, ଆକସ୍ମିକ ଯାତ୍ରା ଓ ଶତ୍ରୁତା ଜନିତ ସମସ୍ୟା ବିଷୟରେ ଚିନ୍ତିତ ରହିବେ। ପରିସ୍ଥିତିର ଗୁରୁତ୍ୱକୁ ହୃଦୟଙ୍ଗମ କରି କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ ହୋଇପଡିବ। ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ସରକାରୀ ସହାୟତାର ସୂଚନାରୁ ଖୁସି ହେବେ।
କନ୍ୟା
ନିଜ ଲୋକମାନଙ୍କ ଉପରେ ଭରସା କରି ପରିଶେଷରେ ନିରାଶ ହେବାକୁ ପଡ଼ିପାରେ। ଚିତ୍ରା ନକ୍ଷତ୍ର ବହୁତ ଦିନରୁ ଅଟକି ରହିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ନୂତନ ବସ୍ତ୍ରଭୂଷଣ ଲାଭ ପୂର୍ବକ ପ୍ରିୟବନ୍ଧୁଙ୍କର ସାନ୍ନିଧ୍ୟରୁ ଖୁସି ହେବେ।
ତୁଳା
ତୁଳା
ଆପଣଙ୍କ ଯୁକ୍ତିଯୁକ୍ତ କଥା ସର୍ବଜନ ଗ୍ରାହ୍ୟ ହେବା ସହ ପ୍ରଶଂସିତ ହେବ। ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡ଼ିପାରେ। ସ୍ବାତୀ ନକ୍ଷତ୍ର ସକାଶେ ସହକର୍ମୀଙ୍କ କୌଣସି ଘଟଣା ମନକୁ ବିବ୍ରତ କରିପାରେ।
ବିଛା
ବିଛା
ଜ୍ୟେଷ୍ଠା ନକ୍ଷତ୍ର ସକାଶେ କୌଣସି ଅସୁବିଧା ନ ଥିଲେ ମଧ୍ୟ ସକାଳୁ ସକାଳୁ ମନଟା କେମିତି କେମିତି ଲାଗିବ। ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶକୁ ସହଜ ଓ ସରଳରେ ଆଡ୍‌ଜଷ୍ଟ ହୋଇପାରିବେ ନାହିଁ। ଆମତ୍ୀୟଙ୍କ ସହାୟତାରେ ମୂଲ୍ୟବାନ୍‌ ଦ୍ରବ୍ୟ ପାଇପାରନ୍ତି। କଳା ସାହିତ୍ୟରେ ସମସ୍ୟା ସମାଧାନ ହେବାର କ୍ଷୀଣ ଆଶା ଉଙ୍କି ମାରିବ।
ଧନୁ
ଧନୁ
ଅନ୍ୟମାନଙ୍କ କଥା ଓ କାର୍ଯ୍ୟକଳାପ ନିଜ ମନକୁ ନ ପାଇଲେ ଟିକିଏ ଟିକିଏ କଥାରେ ଚିହିଁକି ଉଠି ପାରନ୍ତି। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ିବେ, କିନ୍ତୁ ସାମୟିକ ସମୟାନ୍ତରରେ ତାହାର ସରଳ ସମାଧାନ ହୋଇପାରିବ। ମୂଳା ନକ୍ଷତ୍ରର ପରିବାରରେ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ।
ମକର
ମକର
ପୂର୍ବର ସ୍ଥିତି ବହୁଳାଂଶରେ ବଦଳି ଯାଇଥିବାରୁ ଏକପ୍ରକାର ଖୁସି ଅନୁଭବ କରିବେ। ଶ୍ରବଣା ନକ୍ଷତ୍ର ପାଇଁ ବନ୍ଧୁଙ୍କ ବ୍ୟବହାରରେ ପରିବର୍ତ୍ତନ ପରିିଲକ୍ଷିତ ହେବାରୁ ବିସ୍ମୟାଭିଭୂତ ହୋଇପାରନ୍ତି। ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବା ଆଶାରେ ବିଭିନ୍ନ ପ୍ରକାର ବିନୟପୂର୍ଣ୍ଣ କଥା କହିବାକୁ ପଡ଼ିବ।
କୁମ୍ଭ
କୁମ୍ଭ
ଶତଭିଷା ନକ୍ଷତ୍ର ଆମତ୍ୀୟସ୍ବଜନ କିମ୍ବା ବନ୍ଧୁଙ୍କ କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରିବେ। ସାମୟିକ ଶାରୀରିକ ଅସୁସ୍ଥତା କର୍ମକ୍ଷେତ୍ରକୁ ପ୍ରଭାବିତ କରିବାର ସୂଚନା ରହିଛି। ଅଭାବ ଅସୁବିଧା ସମ୍ପର୍କରେ ଉପରିସ୍ଥ ଅଫିସରଙ୍କ ମୁହଁ ସାମ୍ନାରେ ପ୍ରକାଶ କରିବାକୁ ପଛେଇଯିବେ। ଶିକ୍ଷା, ସନ୍ତାନ, ବାଣିଜ୍ୟ, ସାହିତ୍ୟ ଦିଗଟି ଆଜି ଭଲ ରହିବ।
ମୀନମୀନ
ସମସ୍ୟା ସମାଧାନ ହୋଇଯାଇଥିବାରୁ ମାନସିକ ସ୍ତରରେ ଖୁସି ଅନୁଭବ କରିବେ। ଦୂରେଇ ଯାଉଥିବା ବନ୍ଧୁ ପାଖେଇ ଆସିବାରୁ ମନରେ ଭାବାନ୍ତର ସୃଷ୍ଟି ହେବ। କର୍ମକ୍ଷେତ୍ର୍ରର ସମସ୍ୟା ସୁଖ, ସନ୍ତୋଷ ଦେଇପାରିବ ନାହିଁ। ରେବତୀ ନକ୍ଷତ୍ରର ବିବାଦୀୟ ପରିସ୍ଥିତିରେ ଗୁରୁଜନଙ୍କ ସାନ୍ତ୍ବନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।