ମେଷ
ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ ଆର୍ଥିକ ସ୍ଥିତି ଚିନ୍ତାର କାରଣ ହୋଇପାରେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ ପଡ଼ିବ।
ବୃଷ

ଆଜି ଦ୍ୱିଜା ନକ୍ଷତ୍ର ଯେଉଁ କାମରେ ହାତ ଦେବେ ନିଶ୍ଚିତ ସଫଳତା ପାଇବେ। ବନ୍ଧୁ କିମ୍ବା ସହକର୍ମୀ ସହଯୋଗର ହାତ ବଢ଼ାଇବେ ଓ କାମଟି ସୁବିଧାରେ ହୋଇଯିବ । କାର୍ଯ୍ୟବ୍ୟସ୍ତ ଯୋଗୁ କେତେକ କାମ ଠିକ୍ ସମୟରେ କରିପାରିବେ ନାହିଁ। ଆନୁଷ୍ଠାନିକ କାମରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି।
ମିଥୁନ

ମୃଗଶିରା ନକ୍ଷତ୍ର କ୍ରୋଧକୁ ନିୟନ୍ତ୍ରଣରେ ନ ରଖି ରୁକ୍ଷ ଓ କଠୋର ବାକ୍ୟାଳାପରେ କଳହକୁ ନିମନ୍ତ୍ରଣ କରିପାରନ୍ତି। କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ପ୍ରଶାସନ, ପ୍ରକାଶନ, ରାଜନୀତି, ସଙ୍ଗଠନ, ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ସ୍ତ୍ରୀଙ୍କ ସୌହାର୍ଦ୍ଦ୍ୟରୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।
କର୍କଟ

ଅଶ୍ଳେଷା ନକ୍ଷତ୍ର ମନ କଥା ମନରେ ରଖି ପରିସ୍ଥିତିକୁ ଦେଖି କାମ କରିବା ଭଲ। ଭାଇ, ବନ୍ଧୁ ଓ କୁଟୁମ୍ବଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହୋଇପାରେ। ସଭାସମିତିରେ ଜଣେ ପ୍ରତିଷ୍ଠାବାନ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆତ୍ମବିଭୋର ହୋଇପାରନ୍ତି। ମାଲିମକଦ୍ଦମାରେ ଜୟଲାଭ କରିବାର ଆଶା କ୍ରମଶଃ ବୃଦ୍ଧି ପାଇବ।
ସି˚ହ

ମଘା ନକ୍ଷତ୍ର ବିଭିନ୍ନ ସମସ୍ୟା ଭିତରେ ଗତି କରି ମଧ୍ୟ ପଛକୁ ଫେରିବାକୁ ଚିନ୍ତା କରିବେ ନାହିଁ। ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ନୂତନ କର୍ମାରମ୍ଭ କରିପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବାଣିଜ୍ୟ,ବ୍ୟବସାୟ,ପରିବହନ କ୍ଷେତ୍ରରେ ନିରାଶ ହେବାକୁ ପଡ଼ିବନାହିଁ।
କନ୍ୟା

ଚିତ୍ରା ନକ୍ଷତ୍ର ସକାଶେ ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲାଭଳି କଥା କହିପାରେ। ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶାକରି ମନସ୍ତାପ କରିପାରନ୍ତି। ବନ୍ଧୁଙ୍କ ସହାୟତାରେ ଆଜିର ଯାତ୍ରାରେ ଅଭିଳଷିତ କାମ ସମ୍ପନ୍ନ ହୋଇପାରିବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବାର ସୌଭାଗ୍ୟ ପ୍ରାପ୍ତ ହୋଇପାରନ୍ତି।
ତୁଳା

ଆଜି ସ୍ବାତୀ ନକ୍ଷତ୍ର ଶତ୍ରୁଠାରୁ ଦୂରତା ରଖି କାମ କରିବା ଭଲ ହେବ। ନିରାଶ ମନରେ ଫେରି ଯାଉଥିବା ବନ୍ଧୁଟି ପୁଣି ବାଟରୁ ଲେଉଟି ଆସିପାରେ। ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହେବ ମାତ୍ର ଆପଣଙ୍କୁ ଅନ୍ୟମାନେ ସାହାଯ୍ୟ କରିବେ। ପରିବାରର ସହମତିରେ ନୂତନ ଯୋଜନା କାର୍ଯ୍ୟକାରୀ କରିପାରନ୍ତି।
ବିଛା

ଅନୁରାଧା ନକ୍ଷତ୍ର ବନ୍ଧୁଙ୍କ ନିକଟରୁ ଯେତେ ପାଇଲେ ମଧ୍ୟ ଆହୁରି ପାଇବା ପାଇଁ ଆଶାକରି ନିରାଶ ହେବେ। ଶିଳ୍ପ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରି ସଫଳ ହେବେ। ପରିବାରର ସଦସ୍ୟଙ୍କ ତରଫରୁ କୌଣସି ସମସ୍ୟା ଆସିପାରେ। କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବାର ଆଶଙ୍କା ରହିଛି।
ଧନୁ

ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ କର୍ମ କ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ। ଆର୍ଥିକ ଦିଗରୁ ସମସ୍ୟା ରହିଲେ ବି ସମାଧାନର ପନ୍ଥା ଖୋଜି ପାଇବେ। ଫେରିବା ବାଟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇବ। ଏଣୁ ଗାଡ଼ିକୁ ପରଖି ନେବା ଭଲ। ବିବାଦୀୟ ସ୍ଥିତି, ସଭାସମିତି, ଆନୁଷ୍ଠାନିକ କାମରେ ପୂର୍ବଷାଢ଼ା ସଫଳତା ପାଇବେ।
ମକର

ଶତ୍ରୁମାନେ ଚେଷ୍ଟା କଲେ ମଧ୍ୟ କିଛି କ୍ଷତି କରିପାରିବେ ନାହିଁ। ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି, ଲେଖାପଢ଼ା ପ୍ରଭୃତିରୁ ସୁଫଳ ପାଇବେ। ଧନିଷ୍ଠା ନକ୍ଷତ୍ରର ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। ବନ୍ଧୁମିଳନ ଅବକାଶରେ ଦୀର୍ଘଦିନାନ୍ତେ ଭ୍ରାତୃ ସମ୍ପର୍କରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇପାରେ।
କୁମ୍ଭ

ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ କିନ୍ତୁ ସାଧାରଣ କଥାରେ ହଠାତ୍ କଳହ ସୃଷ୍ଟି ହୋଇପାରେ। କିନ୍ତୁ ପୂର୍ବଭାଦ୍ର ନକ୍ଷତ୍ରର କଳହ, ଧନହାନି, ପରିବହନରେ ତର୍କବିତର୍କ ଜନିତ ଅଶାନ୍ତ ସ୍ଥିତି ଉତ୍ପନ ହୋଇପାରେ। ପାରିବାରିକ ସମସ୍ୟାର ସମାଧାନ ସକାଶେ ନିଜର ବନ୍ଧୁମାନଙ୍କ ସାହାଯ୍ୟ ଭିକ୍ଷା କରିପାରନ୍ତି।
ମୀନ
ରେବତୀ ନକ୍ଷତ୍ର ପରିବାର ଭିତରେ ଅଯଥା ବ୍ୟସ୍ତତା ପ୍ରକାଶ କରି ସମାଲୋଚିତ ହେବେ ପରିସ୍ଥିତି ବଶତଃ ଧାର ,କରଜ କରି ଆବଶ୍ୟକତାକୁ ଚଳାଇ ନେବାକୁ ବାଧ୍ୟ ହେବେ । ପରିବହନ କ୍ଷେତ୍ରରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ ନତୁବା ସମସ୍ୟା ଉପୁଜିପାରେ। ଅନ୍ୟମନସ୍କହେତୁକ କୌଣସି ଭୁଲ୍ କାମ କରି ମନସ୍ତାପ କରିପାରନ୍ତି।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.