ରାଶିଫଳ: ଶୁକ୍ରବାର, ଅକ୍ଟୋବର ୩୦ ତାରିଖ – Daily Horoscope

Oct 29, 2026 - 17:09
ରାଶିଫଳ: ଶୁକ୍ରବାର, ଅକ୍ଟୋବର ୩୦ ତାରିଖ – Daily Horoscope
ମେଷ
ଆଶ୍ୱିନ ନକ୍ଷତ୍ର ବିଭିନ୍ନ ସମସ୍ୟା ବିଜଡ଼ିତ ରହି କାର୍ଯ୍ୟହାନି, ମନସ୍ତାପ ଓ ବିବାଦରେ ଲିପ୍ତ ରହିପାରନ୍ତି। ପାରିବେଶିକ କୁପ୍ରଭାବରେ ସ୍ବାସ୍ଥ୍ୟ ଓ ପୂର୍ବ ଶତ୍ରୁତା ସମ୍ପର୍କୀୟ ଚିନ୍ତା କରିବେ। ଆନୁଷ୍ଠାନିକ କାମରେ ସଫଳତା ପାଇବାରେ ଅସୁବିଧା ହେବ ନାହିଁ। ଭ୍ରାତୃ ସମ୍ପର୍କ, ଅର୍ଥପ୍ରାପ୍ତି ଓ ଆଲୋଚନା ଫଳପ୍ରଦ ହୋଇପାରେ।
ବୃଷ
ବୃଷ
ଆପଣ ଅନ୍ୟମାନଙ୍କୁ ମନେଇ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରି ସଫଳ ହେବେ। କିନ୍ତୁ କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ କଥା ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ମୃଗଶିରା ନକ୍ଷତ୍ର ନିକଟ ଅତୀତରେ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଭଲ ଲାଭ ପାଇପାରନ୍ତି ।
ମିଥୁନ
ମିଥୁନ
ଆର୍ଦ୍ରା ନକ୍ଷତ୍ର ଅଟକି ରହିଥିବା କାମ ସକାଶେ ଅନୁତାପ କରିବାକୁ ପଡ଼ିପାରେ। ରାଜନୀତି, ପ୍ରଶାସନ, ସଭାସମିତି, ଲେଖାପଢ଼ା, ଯାତ୍ରା ପାଇଁ ଦିନଟି ବହୁତ ଭଲ। ଅସମର୍ଥିତ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିପାରିଲେ କେତେକାଂଶରେ ଉପକୃତ ହେବେ।
କର୍କଟ
କର୍କଟ
ଅଶାନ୍ତ ମନ ନେଇ ଟିକିଏ ଟିକିଏ କଥାରେ ବିରକ୍ତି ପ୍ରକାଶ କଲେ ପାରିବାରିକ ସମସ୍ୟା ବଢ଼ିଯିବ। ବନ୍ଧୁଙ୍କ ନିକଟରୁ କିଛି ପାଇବାର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଆନୁଷ୍ଠାନିକ କାମରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ। ପୁନର୍ବସୁ ନକ୍ଷତ୍ର ଆତ୍ମୀୟମାନଙ୍କ ପରାମର୍ଶ ନେଇ କାମ କଲେ ଉପକୃତ ହେବେ।
ସି˚ହ
ସି˚ହ
ପୂର୍ବର କଳହକୁ ନେଇ ଆତ୍ମୀୟ ଓ ପଡ଼ୋଶୀଙ୍କ ସହ ସମ୍ପର୍କ ଭଲ ରହିବ ନାହିଁ। ବିଳମ୍ବରେ କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ ହେବାରୁ ମନସ୍ତାପ କରିପାରନ୍ତି। ପୂର୍ବାଫାଲ୍‌ଗୁନୀ ସମସ୍ୟାର ସରଳ ସମାଧାନ ସକାଶେ ବନ୍ଧୁଙ୍କୁ ଦ୍ୱାରସ୍ଥ ହେବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ନୂତନ ଯୋଜନାରମ୍ଭ କିମ୍ବା ଚୁକ୍ତିପତ୍ର ସ୍ବାକ୍ଷରିତ ହେବାର ସୂଚନା ରହିଛି।
କନ୍ୟା
ଚିତ୍ରା ନକ୍ଷତ୍ର ସକାଶେ ପୂର୍ବ ବିବାଦକୁ କେନ୍ଦ୍ରକରି କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ ଓ ସାହାଯ୍ୟ ସହଯୋଗ ମିଳିବ। ଶତ୍ରୁତା କରୁଥିବା ବ୍ୟକ୍ତି ପଛରେ ନାନାଦି କଥା କହିପାରନ୍ତି। ବନ୍ଧୁଙ୍କ ସ୍ବାସ୍ଥ୍ୟହାନି କାରଣରୁ ଡାକ୍ତରଙ୍କ ପରାମର୍ଶ ପାଇଁ ଆପଣଙ୍କୁ ଦୌଡ଼ିବାକୁ ପଡ଼ିପାରେ।
ତୁଳା
ତୁଳା
ପାରିବାରିକ ଆଲୋଚନାରେ ସହକର୍ମୀ କିମ୍ବା ବନ୍ଧୁଙ୍କ ସହ ବିତର୍କ ସୃଷ୍ଟି ହୋଇପାରେ। ସ୍ବାତୀ ନକ୍ଷତ୍ର ଅତ୍ୟଧିକ ପରିଶ୍ରମଜନିତ ସାମୟିକ ଶାରୀରିକ ଅସୁସ୍ଥତା ଅନୁଭବ କରିବେ। କାର୍ଯ୍ୟହାସଲ ପରିପ୍ରେକ୍ଷୀରେ ବିଶେଷ ଅର୍ଥ ବ୍ୟୟ କରି ଦୁଃଖିତ ହୋଇପାରନ୍ତି। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଲେଖାପଢ଼ା, ନିର୍ମାଣ, ଗବେଷଣାରୁ ପ୍ରଶଂସିତ ହେବେ।
ବିଛା
ବିଛା
କର୍ମକ୍ଷେତ୍ରରେ ମିତ୍ର ବନ୍ଧୁମାନଙ୍କ ଦ୍ୱାରା ଅର୍ଥ ଓ ସମ୍ମାନ ଲାଭ କରିବେ। ଈର୍ଷାପରାୟଣ ବ୍ୟକ୍ତିଙ୍କ ପ୍ରତିରୋଧ ଏବଂ ପରକ୍ଷ ଶତ୍ରୁତା କାମକୁ ବିଶୃଙ୍ଖଳିତ କରିବ। ଜ୍ୟେଷ୍ଠା ନକ୍ଷତ୍ର ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ।
ଧନୁ
ଧନୁ
ପରିବାର ସହ ପ୍ରତ୍ୟୁଷ ଯାତ୍ରାରେ ମୂଲ୍ୟବାନ୍‌ ଦ୍ରବ୍ୟ ପ୍ରାପ୍ତି ସମ୍ଭାବନା ରହିଛି। ବନ୍ଧୁଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ଦ୍ୱାରା ସୁଫଳ ମିଳିପାରିବ। ଭ୍ରମଣ ହେତୁ କ୍ଳାନ୍ତି ଅନୁଭବ କରିପାରନ୍ତି, ଯାହାକି ସ୍ବାସ୍ଥ୍ୟହାନିର କାରଣ ପାଲଟି ଯାଇପାରେ। ମୂଳା ନକ୍ଷତ୍ର କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲାଭଳି କାମ କରିବା ଠିକ୍‌ ହେବ ନାହିଁ ।
ମକର
ମକର
ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କ ସାହାଯ୍ୟ ଦ୍ୱାରା କାମ ହାସଲ କରିପାରିବେ। ଧନିଷ୍ଠା ନକ୍ଷତ୍ରର ଆଲୋଚନା ପରିସରରେ ଯୁକ୍ତିତର୍କ କାରଣରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ। ଅନ୍ୟମାନଙ୍କ ଅସହଯୋଗରୁ ଅଫିସରେ ପ୍ରତିବନ୍ଧକ ଦେଖାଦେଇପାରେ।
କୁମ୍ଭ
କୁମ୍ଭ
ସହକର୍ମୀ ଏବଂ ପଡ଼ୋଶୀଙ୍କ ପାଇଁ ତ୍ୟାଗ ସ୍ବୀକାର କଲେ ମଧ୍ୟ ଭୁଲ୍‌ ଧାରଣାକୁ ବଦଳାଇ ପାରିବେ ନାହିଁ। ପାରିବାରିକ, ବ୍ୟବସାୟିକ, ନୂତନ ପ୍ରକଳ୍ପ ସମ୍ପର୍କୀୟ ଯୋଜନାକୁ କାର୍ଯ୍ୟକାରୀ କରିବେ। ଶତଭିଷା ନକ୍ଷତ୍ର ବସ୍ତ୍ରଭୂଷଣ, ଅର୍ଥ ଓ ସମ୍ମାନ ଲାଭ କରିପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ମୀନମୀନ
ଆଜି ଉତ୍ତରଭାଦ୍ର ନକ୍ଷତ୍ର କର୍ମକ୍ଷେତ୍ରରେ ସହଜ ଓ ସୁବିଧାରେ କାମ ହାସଲ କରିବେ। ପାରିବାରିକ ଅଶାନ୍ତିର ସମାପ୍ତି ଘଟାଇବା କ୍ଷେତ୍ରରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ବ୍ୟବସାୟ, ପରିବହନ ମାନ୍ଦା ହେବ ନାହିଁ। ପରିବହନ, ନିର୍ମାଣ ଓ ସଭାସମିତିରେ ସଫଳତା ହାସଲ କରିବେ। ପରୋକ୍ଷ ଶତ୍ରୁତା ମନକୁ ବିଚଳିତ କରିପାରେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।