ରାଷ୍ଟ୍ରପତି ଭବନରେ ଗଞ୍ଜାମର କଳାକାର ସମ୍ମାନିତ
/sambad/media/media_files/2026/09/01/whatsapp-image-2026-09-01-16-36-07.jpeg)
ଗତ ଅଗଷ୍ଟ ୪ ଓ ୫ ତାରିଖରେ ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ସମୟରେ ତପ୍ତପାଣିରେ ୫ଟି ଆଦିବାସୀ ନୃତ୍ୟଦଳ ଲୋକନୃତ୍ୟ ପରିବେଷଣ କରିଥିଲେ। ବିଶେଷକରି ଲାଞ୍ଜିଆ ସୌରା ନୃତ୍ୟ ରାଷ୍ଟ୍ରପତିଙ୍କୁ ବେଶ୍ ଆକର୍ଷିତ କରିଥିଲା। ଏହି ୫ଟି ଦଳର ୯୧ ଜଣ କଳାକାରଙ୍କୁ ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ଭବନକୁ ଆମନ୍ତ୍ରଣ କରାଯାଇଥିଲା।
/sambad/media/media_files/2026/09/01/whatsapp-image-2026-09-01-16-36-24.jpeg)
ଏହି ଅବସରରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପାର୍ଥ ସାରଥୀ ହାଁସଦା, ଜିଲ୍ଲା ସଂସ୍କୃତି ଅଧିକାରୀ ଅଦୀତି ଆଚାର୍ଯ୍ୟ ଓ ଅତିରିକ୍ତ ତହସିଲଦାର ମନୋଜ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/media_files/2026/09/01/whatsapp-image-2026-09-01-16-36-44.jpeg)
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।