ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର! ଏବେ ଷ୍ଟେସନରେ କରିପାରିବେ ଅନଲାଇନ ଅର୍ଡର, ମିଳିବ ଏହି ଜିନିଷ

Oct 22, 2026 - 13:32
ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର! ଏବେ ଷ୍ଟେସନରେ କରିପାରିବେ ଅନଲାଇନ ଅର୍ଡର, ମିଳିବ ଏହି ଜିନିଷ

ନୂଆଦିଲ୍ଲୀ,୨୨।୧୦: ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ମୋବାଇଲ୍‌ ଚାର୍ଜର ଭୁଲିଯାଇଥିଲେ, ହଠାତ୍‌ ଔଷଧର ଆବଶ୍ୟକତା ପଡ଼ିଲେ କିମ୍ବା ପିଲାଙ୍କ ପାଇଁ ସ୍ନାକ୍ସ ସରିଗଲେ ଆଉ ଚିନ୍ତା କରିବାକୁ ପଡ଼ିବନି । ଏବେ ଟ୍ରେନ୍‌ ଯାତ୍ରା ସମୟରେ ମଧ୍ୟ ଆବଶ୍ୟକ ସାମଗ୍ରୀ ଅର୍ଡର କରିବାର ସୁବିଧା ମିଳିବ । ଏଥିପାଇଁ ଭାରତୀୟ ରେଳବାଇର ଦକ୍ଷିଣ ରେଳବାଇ ଅଧୀନ ସାଲେମ୍‌ ଡିଭିଜନ୍‌ ଦ୍ରୁତ ସାମଗ୍ରୀ ଡେଲିଭରି ପ୍ଲାଟଫର୍ମ Blinkit ସହ ଏକ ସ୍ୱତନ୍ତ୍ର ସହଭାଗିତା ଆରମ୍ଭ କରିଛି।

ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସୁବିଧା ସାଲେମ୍‌ ଡିଭିଜନ୍‌ର ୭ଟି ରେଳ ଷ୍ଟେସନରେ ଉପଲବ୍ଧ ହେବ। ଯାତ୍ରୀମାନେ ଟ୍ରେନ୍‌ରେ ବସି ମୋବାଇଲ୍‌ ଆପ୍‌ ଜରିଆରେ ଆବଶ୍ୟକ ସାମଗ୍ରୀ ଅର୍ଡର କରିପାରିବେ ଏବଂ ନିର୍ଦ୍ଦିଷ୍ଟ ଷ୍ଟେସନରେ ପହଞ୍ଚି ତାହା ସଂଗ୍ରହ କରିପାରିବେ। ଏହି ସେବା ଜରିଆରେ ଯାତ୍ରୀମାନେ ନିଜର ଦୈନନ୍ଦିନ ଆବଶ୍ୟକତାର ବିଭିନ୍ନ ସାମଗ୍ରୀ ମଗାଇପାରିବେ।
ମୋବାଇଲ୍‌ ଆସେସୋରିଜ୍‌: ଚାର୍ଜର, ଇୟରଫୋନ୍‌ ଓ ଡାଟା କେବୁଲ୍‌।
ପ୍ରାଥମିକ ଚିକିତ୍ସା ସାମଗ୍ରୀ: ବ୍ୟାଣ୍ଡେଜ୍‌, ଓଆର୍‌ଏସ୍‌ ଓ ଫାଷ୍ଟ୍‌ ଏଡ୍‌ ସାମଗ୍ରୀ।
-ଦୈନନ୍ଦିନ ବ୍ୟବହାର ସାମଗ୍ରୀ: ଟୁଥ୍‌ବ୍ରଶ୍‌, ଟୁଥ୍‌ପେଷ୍ଟ୍‌, ସାବୁନ, ଫେସ୍‌ୱାସ୍‌ ଓ ୱେଟ୍‌ ୱାଇପ୍ସ।
-ଖାଦ୍ୟ ଓ ପାନୀୟ: ବିସ୍କୁଟ୍‌, ପ୍ୟାକେଟ୍‌ ସ୍ନାକ୍ସ, ପାଣି, ଜୁସ୍‌ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ।
ତେବେ ଔଷଧ ଓ ଅନ୍ୟ ସାମଗ୍ରୀର ଉପଲବ୍ଧତା ଷ୍ଟେସନ ଏବଂ ଷ୍ଟକ୍‌ ଉପରେ ନିର୍ଭର କରିବ।
ଏହାଦ୍ୱାରା ଯାତ୍ରୀଙ୍କୁ ଷ୍ଟେସନ ବାହାରକୁ ଯାଇ ଦୋକାନ ଖୋଜିବାକୁ ପଡ଼ିବନି। ତେବେ ଅର୍ଡର ନେବା ପାଇଁ ଷ୍ଟେସନରେ ପର୍ଯ୍ୟାପ୍ତ ସମୟ ରଖିବା ଏବଂ ନିର୍ଦ୍ଦିଷ୍ଟ ଡେଲିଭରି ପଏଣ୍ଟ୍‌ ଯାଞ୍ଚ କରିବା ଜରୁରୀ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଦକ୍ଷିଣ ରେଳବାଇର ସାଲେମ୍‌ ଡିଭିଜନ୍‌ର ନିମ୍ନଲିଖିତ ୭ଟି ଷ୍ଟେସନରେ ଏହି ପାଇଲଟ୍‌ ପ୍ରକଳ୍ପ ଆରମ୍ଭ ହୋଇଛି।
କୋଏମ୍ବାଟୁର ଜଙ୍କସନ୍‌
କୋଏମ୍ବାଟୁର ନର୍ଥ
ପୋଦନୁର ଜଙ୍କସନ୍‌
ତିରୁପ୍ପୁର
ଇରୋଡ୍‌ ଜଙ୍କସନ୍‌
ସାଲେମ୍‌ ଜଙ୍କସନ୍‌
କରୁର

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।