ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାବୁଡରେ ପଡିଗଲେ ଆର୍ଆଇ, ଆଉ ତା’ପରେ…
ଗୁଣପୁର,୧୫।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ତହସିଲର ସିରିଝୋଲି ରାଜସ୍ବ ନିରୀକ୍ଷକ ସୁଶାନ୍ତ ମଲ୍ଲିକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ପଟ୍ଟା ଟ୍ରାନ୍ସଫର କରାଇଦେବା ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଛନ୍ତି। ପରେ ତାଙ୍କୁ ଗୁଣପୁର ତହସିଲ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରିଛନ୍ତି । ଘଟଣା ପରେ ଭିଜିଲାନ୍ସ ଟିମ ଗୁଣପୁର ପୁରୁଣା ବସ୍ଷ୍ଟାଣ୍ଡ ସ୍ଥିତ ଟାଉନ ଆର୍ଆଇ କାର୍ଯ୍ୟାଳୟ, ଶିରିଝୋଲି ଆର୍ଆଇ କାର୍ଯ୍ୟାଳୟ ଏବଂ ଗୁଣପୁର ଶ୍ରୀନଗରରେ ଥିବା ତାଙ୍କ ଭଡ଼ା ଘରେ ଏକକାଳୀନ ଚଢ଼ାଉ କରି ନଥି ପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଯାଞ୍ଚ କରିଛନ୍ତି । ଜୟପୁର, ରାୟଗଡ଼ା ଓ ଭବାନୀପାଟଣା ଭିଜିଲାନ୍ସ ୟୁନିଟ୍ର ପ୍ରାୟ ୧୫ ଜଣିଆ ଟିମ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଦୁଇ ଡିଏସ୍ପିଙ୍କ ନେତୃତ୍ୱରେ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତରେ ଚଢାଉ ହୋଇଥିଲା ।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।