ଶାହି ମସ୍ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ
ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ ଲୋକେ ସେଠାରେ ରୁଣ୍ଡ ହୋଇ ପ୍ରତିବାଦ ଜଣାଇଥିଲେ। ବିକ୍ଷୋଭକାରୀମାନେ ଟେକାମାଡ଼ କରିବାରୁ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ଲାଠିଚାଳନା କରିଥିଲା।
ସୋସିଆଲ ମିଡିଆ ଜରିଆରେ ଗୁଜବ ପ୍ରଚାର କରୁଥିବା ୫ ଜଣଙ୍କ ସମେତ ଅନୂ୍ୟନ ୧୦ ଜଣଙ୍କୁ ପୋଲିସ ଅଟକ ରଖିଛି। ବିକ୍ଷୋଭ ସ୍ଥଳରେ ୨,୦୦୦ରୁ ଊର୍ଦ୍ଧ୍ୱ ପୋଲିସ ମୁତୟନ ହୋଇଥିବାବେଳେ ମସ୍ଜିଦ୍ଠାରୁ ୫୦୦ ମିଟର ଦୂରରେ ବ୍ୟାରିକେଡ୍ ଲଗାଯାଇଥିଲା। ମହିଳାମାନେ ବିକ୍ଷୋଭର ଆଗଧାଡ଼ିରେ ରହି ପ୍ରଶାସନ ବିରୋଧରେ ସ୍ଲୋଗାନ ଦେଉଥିବା ଦେଖାଯାଇଥିଲା। ପରେ କର୍ତ୍ତୃପକ୍ଷ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ଶାନ୍ତି ବଜାୟ ରଖିବାରେ କେତେଜଣ ମୁସଲମାନ ନେତା ସହଯୋଗ କରିଥିବା ଅଧିକାରୀମାନେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।