ଶିକ୍ଷକ ଆନ୍ଦୋଳନ,ଖୁବ ଶୀଘ୍ର ନିଷ୍ପତ୍ତି - ମନ୍ତ୍ରୀ

Sep 05, 2026 - 16:32
ଶିକ୍ଷକ ଆନ୍ଦୋଳନ,ଖୁବ ଶୀଘ୍ର ନିଷ୍ପତ୍ତି - ମନ୍ତ୍ରୀ

ଭୁବନେଶ୍ୱର : ଖୁବ କମ ସମୟ ମଧ୍ୟରେ ଶିକ୍ଷକଙ୍କ ସମସ୍ୟା ର ସମାଧାନ ହେବ । ୪ ଦଫା ଦାବି ନେଇ ଦୀର୍ଘ ୨୧ ଦିନ ଧରି ବିଧାନ ସଭା ସମ୍ମୁଖରେ ଧାରଣାରେ ବସିଛନ୍ତି ଶିକ୍ଷକ । ଆଜି ଆନ୍ଦୋଳନରତ ଶିକ୍ଷକଙ୍କୁ ଭେଟି ଆଶ୍ବାସନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ  ସୂର୍ଯ୍ୟବଂଶୀ ସୁରଜ । ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଶିକ୍ଷକଙ୍କୁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ବାହାରିବ । ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି , ଶିକ୍ଷକଙ୍କ ଦାବିକୁ ରେଜିଷ୍ଟର ପାଇଁ କମିଟି ଗଠିତ ହୋଇଥିଲା । କମିଟି ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇଛି । ୮୦୦ ପୃଷ୍ଠା ବିଶିଷ୍ଟ ରିପୋର୍ଟ ଦିଆଯାଇଛି । ସମସ୍ୟା ପ୍ରାୟ ୨୦ ବର୍ଷ ପୁରୁଣା ଏବଂ ଏହାକୁ ନେଇ ସରକାର ସମ୍ବେଦନଶୀଳ ଅଛନ୍ତି। କମିଟି ରିପୋର୍ଟର ତର୍ଜମା କରି ଖୁବଶୀଘ୍ର ସରକାର ନିଷ୍ପତ୍ତି ନେବେ।   

ସେହିଭଳି ଆନ୍ଦୋଳନରତ ଶିକ୍ଷକଙ୍କୁ ଭେଟି ଆଶ୍ବାସନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି, ଶିକ୍ଷକଙ୍କ ସମସ୍ୟାକୁ ନେଇ ସରକାର ସମ୍ବେଦନଶୀଳ ଅଛନ୍ତି। କମିଟି ରିପୋର୍ଟର ତର୍ଜମା କରି ଖୁବଶୀଘ୍ର ସରକାର ନିଷ୍ପତ୍ତି ନେବେ। ତେଣୁ ସରକାରଙ୍କ ଉପରେ ବିଶ୍ବାସ ରଖି ଆନ୍ଦୋଳନ ବନ୍ଦ କରି ଘରକୁ ଫେରିବାକୁ ଶିକ୍ଷକମାନଙ୍କୁ ଅପିଲ୍ କରିଛନ୍ତି ।

ସେପଟେ, ମନ୍ତ୍ରୀଙ୍କ ଆଶ୍ୱସନାକୁ ପ୍ରତାରଣା ବୋଲି କହିଛନ୍ତି ଆନ୍ଦୋଳନରତ ଶିକ୍ଷକ ଇ ଦାବି ପୁରାଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଜିଦ ଧରିଛନ୍ତି ଶିକ୍ଷକ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।