ଶିକ୍ଷକ ନିଯୁକ୍ତି ପୁରଣ ନହେଲେ ଆନ୍ଦୋଳନ ଚେତାବନୀ

Aug 12, 2026 - 13:29

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ ପଞ୍ଚାୟତ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବି ନେଇ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ସ୍କୁଲ୍ ଅଭିଭାବକ କମିଟି ପକ୍ଷରୁ ସଭାପତି ତରଣୀ ସେନ ଜାନୀ, ଗୋବର୍ଦ୍ଧନ ବେହେରା, ଏସ ସୁଧାଂଶୁ ପାତ୍ର, ସତ୍ୟ ନାରାୟଣ ଦୀପ ପ୍ରମୁଖ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଥିଲେ। ଆଗାମୀ ୭ଦିନ ମଧ୍ୟରେ ଦାବି ପୁରଣ ନହେଲେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିବା ଦାବି ପତ୍ରରେ ଉଲ୍ଲେଖ ହୋଇଛି। ସୂଚନାନୁସାରେ ଚାରିଛକ ପଞ୍ଚାୟତ ହାଇସ୍କୁଲରେ ନବମ ଏବଂ ଦଶମ ଶ୍ରେଣୀରେ ମୋଟ ୧୧୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ବାଣିଭୂଷଣପୁର ପଞ୍ଚାୟତ ସମେତ ପଡ଼ୋଶୀ ପଞ୍ଚାୟତର ଛାତ୍ରଛାତ୍ରୀ ଏହି ବିଦ୍ୟାଳୟ ଉପରେ ନିର୍ଭର କରନ୍ତି। ଏହି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ ପ୍ରଧାନ ଶିକ୍ଷକଙ୍କ ସମେତ ମୋଟ ୩ ଜଣ ଶିକ୍ଷକ ଅଛନ୍ତି। ଇଂରାଜୀ, ବିଜ୍ଞାନ ଏବଂ ସଂସ୍କୃତକୁ ଛାଡି ଦେଲେ ଅନ୍ୟ କୌଣସି ବିଷୟ ପାଇଁ ଶିକ୍ଷକ ନାହାନ୍ତି। ଫଳରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ଏ ନେଇ ଅଭିଭାବକମାନେ ବାରମ୍ବାର ଜିଲ୍ଳା ପ୍ରଶାସନ ଏବଂ ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରି ନିରାଶ ହୋଇଛନ୍ତି।

ବଦଳିଯିବ ଭାଗ୍ୟ ; ଶ୍ରାବଣରେ ରାଶି ଅନୁଯାୟୀ କରନ୍ତୁ ଦାନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।