ଶିକ୍ଷକଙ୍କ ମାଡ଼ରେ ଛାତ୍ରର ମୃତ୍ୟୁ ।

Oct 01, 2026 - 18:35
ଶିକ୍ଷକଙ୍କ ମାଡ଼ରେ ଛାତ୍ରର ମୃତ୍ୟୁ ।

ଜୟପୁର : ଶିକ୍ଷକଙ୍କ ମାଡ଼ରେ ଛାତ୍ରର ମୃତ୍ୟୁ । କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଗଡ଼ପଦରସ୍ଥିତ ହଷ୍ଟେଲରୁ ଆସିଛି ଏପରି ସାଂଘାତିକ ଅଭିଯୋଗ । ଧାନଶିକ୍ଷକଙ୍କ ବିରୋଧରେ ମୃତ ଛାତ୍ରଙ୍କ ବାପା ଅଭିଯୋଗ କରିବାପରେ ଆରମ୍ଭ ହୋଇଛି ତନାଘନା । ମୃତ ଛାତ୍ର ରଣ୍ଡାପାଲି ପଂଚାୟତର କେନ୍ଦୁଗୁଡା ଗାଁର ଗଙ୍ଗା ଜାନି ବୋଲି ଜଣାପଡ଼ିଛି । ତାଙ୍କ ବାପା ଟିନୁ ଜାନିଙ୍କ ଅଭିଯୋଗ ଅନୁସାରେ ହଷ୍ଟେଲର ପ୍ରଧାନଶିକ୍ଷକ ତାଙ୍କ ପୁଅକୁ ଶୁକ୍ରବାର ଦିନ ମାଡ଼ ମାରିଥିଲେ । ପରେ ପରିବାର ଲୋକେ ଖବର ପାଇ ତାଙ୍କୁ ଜୟପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଆଜି ଜୟପୁର ସଦର ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ପୋଲିସ  ପ୍ରଧାନଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଗଙ୍ଗା ଜାନି ପଞ୍ଚମ ଶ୍ରେଣୀରେ ଗଡ଼ପଦର ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ ।  ପ୍ରଧାନଶିକ୍ଷକଙ୍କୁ ଗିରଫ କରିବାକୁ ଦାବୀ କରି ସଦର ଥାନାରେ ଧାରଣାରେ ବସିଛନ୍ତି କେନ୍ଦୁଗୁଡା ଗ୍ରାମବାସୀ ଓ ଗଡପଦର ଗଦ୍ରାମବାସୀ । ଏପଟେ ଜୟପୁର ଆଦିବାସୀ ସଂଘର ସଭାପତି କହିଛନ୍ତି ଯେ. ଜଣେ ଆଦିବାସୀ ଛାତ୍ରକୁ ଶିକ୍ଷକଙ୍କ ଦାୟୀତ୍ବରେ ପାଠ ପଢିବାକୁ ଛାଡୁଛନ୍ତି ପରିବାର ଲୋକେ । କିନ୍ତୁ ଏପରି ଘଟଣା ଘଟିଲେ ଆଦିବାସୀ ମାନେ ପାଠ ପଢେଇବାକୁ ଭୟ କରିବେ । ତେଣୁ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବୀ କରିଛନ୍ତି । ଗଡପଦର ବାଇସ୍କୁଲ ପ୍ରଧାନଶିକ୍ଷକ କହିଛନ୍ତି, ସମସ୍ତ କଥା ସିସିଟିଭିରେ ରେକର୍ଡ ହୋଇଛି । ସେ କେବେ ବି ମାଡ ମାରିନାହାନ୍ତି । ତଦନ୍ତ ପରେ ସମସ୍ତ ସତ୍ୟ ପଦାକୁ ଆସିବ ।….

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।