ଶୋଇଥିବା ବେଳେ ଘରେ ପଶିଲା ହାଇୱା ଟ୍ରକ୍
ଅନୁଗୁଳ : ଶୋଇଥିବା ବେଳେ ଘରେ ପଶିଲା ହାଇୱା ଟ୍ରକ୍, ଅଳ୍ପକେ ବଞ୍ଚିଗଲା ୧୫ ଜୀବନ । ଅନୁଗୋଳରୁ ଛେଣ୍ଡିପଦା ଯାଇଥିବା ୬୩ ନମ୍ବର ରାଜ୍ୟ ରାଜପଥ ନିଶା ଛକରେ ବଡ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ଟ୍ରକ୍ ଭାରସାମ୍ୟ ହରାଇ ଜଳଖିଆ ଦୋକାନ ଓ ରହିବା ଘର ଭିତରେ ପଶିଯାଇଛି । ଶୋଇଥିବା ଅବସ୍ଥାରେ ୧୫ ଜଣଙ୍କ ଜୀବନ ଅଳ୍ପକେ ବଞ୍ଚିଯାଇଥିବ ବେଳେ ହାଇୱା ଚାଳକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ହାଇୱାଟି ଚଣ୍ଡିଖୋଲରୁ ଛେଣ୍ଡିପଦା ନୟନୀ କୋଇଲା ଖଣିକୁ କୋଇଲା ଲୋଡିଂ ପାଇଁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ଏବେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଟ୍ରକ୍ ଅଟକି ରହିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଗତ ଏକ ମାସରେ ଏହି ରାସ୍ତାରେ ୧୦ଟି କୋଇଲା ଟ୍ରକ୍ ଦୁର୍ଘଟଣା ଓ ୧୫ରୁ ଅଧିକ ଗାଈଗୋରୁଙ୍କ ମୃତ୍ୟୁ ହୋଇଛି।ବାରମ୍ବାର କୋଇଲା ଟ୍ରକ ଦୁର୍ଘଟଣା ଘଟୁଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ସ୍ଥାୟୀ ପ୍ରତିକାର ଦାବି କରିଛନ୍ତି ଅଞ୍ଚଳବାସୀ ।ଖବର ପାଇ ନିଶା ଶିଳ୍ପାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଁଚି ଛାନଭିନ ଚଳାଇଛି।….
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।