ସଙ୍ଗେସଙ୍ଗେ ସଜାନ୍ତୁ ଘର

Nov 08, 2026 - 09:21
ସଙ୍ଗେସଙ୍ଗେ ସଜାନ୍ତୁ ଘର

 

ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ ଦୀପାବଳିରେ ଘର ସଜ୍ଜା ପାଇଁ ଅଧିକ ସମୟ ମିଳୁନାହିଁ । ହେଲେ ଘର ସଜାଇବାକୁ ସମସ୍ତଙ୍କର ଇଚ୍ଛା ରହିଥାଏ । ତେବେ କମ ସମୟରେ ବି ଏଭଳି କିଛି ଟ୍ରିକ ରହିଛି ଯାହାକୁ ଅନୁକରଣ କରି ଆପଣ ଦୀପାବଳି ଦିନ ମଧ୍ୟ ସହଜରେ ଘରକୁ ସଜାଇ ପାରିବେ ।

 

ଫୁଲ ଏବଂ ଆମ୍ବ ପତ୍ରର ବ୍ୟବହାର : ଘରର ମୁଖ୍ୟ ଦ୍ୱାର ଏବଂ ପୂଜାସ୍ଥଳକୁ ସଜାଇବା ପାଇଁ ଗେଣ୍ଡୁ ଫୁଲ ଏବଂ ସବୁଜ ଆମ୍ବ ପତ୍ରର ମାଳା ବ୍ୟବହାର କରନ୍ତୁ । ଯାହା ମାତ୍ର କିଛି ମିନିଟ୍ ମଧ୍ୟରେ ଘରକୁ ଏକ ପାରମ୍ପରିକ ଲୁକ ପ୍ରଦାନ କରିଥାଏ । ଏହା ଖୁବ ସୁନ୍ଦର ମଧ୍ୟ ହୋଇଥାଏ ।

 

ରଙ୍ଗବେରଙ୍ଗୀ ଲାଇଟ୍ : ଘରର ବାଲକୋନି କିମ୍ବା ବାହାର କାନ୍ଥରେ ଝୁଲୁଥିବା ଫେରିରୀ ଲାଇଟ୍ ବା ଏଲଇଡି ଷ୍ଟ୍ରିପ୍ ଲଗାଇବା ଦ୍ୱାରା ବିନା କୌଣସି ପରିଶ୍ରମରେ ସମ୍ପୂର୍ଣ୍ଣ ଘର ଚମକିଉଠିଥାଏ । ଏହାକୁ ଆପଣ ସହଜରେ ବଜାରରୁ କିଣି ଆଣି ନିଜେ ଲଗାଇ ପାରିବେ । ଏହା ଘରକୁ ଏକ କଲରଫୁଲ ଲୁକ ଦେଇଥାଏ ।

ଫୁଲ ଏବଂ ମହମବତୀର ସହଜ ରଙ୍ଗୋଲି : ପାରମ୍ପରିକ ରଙ୍ଗୋଲି ପ୍ରସ୍ତୁତ କରିବାକୁ ସମୟ ନଥିଲେ, ଘରର ପ୍ରବେଶ ପଥରେ କିଛି ସତେଜ ଫୁଲର ପାଖୁଡ଼ା ଏବଂ ମଝିରେ ମହମବତୀ ବା  ଦୀପ ରଖି ଏକ ସୁନ୍ଦର ଆକୃତି ପ୍ରସ୍ତୁତ କରାଯାଇପାରିବ। ଏହା ରଙ୍ଗୋଲି ଭଳି ଦେଖାଯାଇଥାଏ ଏବଂ ଏକ ଭଲ ଲୁକ କ୍ରିଏଟ କରିଥାଏ ।

ସୁଗନ୍ଧିତ ମହମବତୀ : ବୈଦୁତିକ ଆଲୋକ ବଦଳରେ ଘରର ବିଭିନ୍ନ କୋଣରେ ଟି - ଲାଇଟ୍ କ୍ୟାଣ୍ଡେଲ୍ ଏବଂ ସୁଗନ୍ଧିତ ମହମବତୀ ଜାଳିବା ଦ୍ୱାରା ଘର ଆଲୋକିତ ହେବା ସହିତ ଏକ ମନୋରମ ପରିବେଶ ସୃଷ୍ଟି ହୋଇଥାଏ । ଏହା ଘରକୁ ଏକ ସୁନ୍ଦର ବାସ୍ନା ମଧ୍ୟ ଦେଇଥାଏ । ଏହା ସହଜରେ ବଜାରରେ ମିଳିଥାଏ ।

କୁଣ୍ଡରେ ଥିବା ଗଛରେ ଆଲୋକୀକରଣ : ଘର ଭିତରେ ବା ବାରଣ୍ଡାରେ ଥିବା ଇଣ୍ଡୋର୍ ପ୍ଲାଣ୍ଟସ୍ ଗୁଡ଼ିକରେ ଛୋଟ ଏଲଇଡି ଲାଇଟ୍ ଗୁଡ଼ାଇ ଦେଲେ ଏହା ଏକ ଆଧୁନିକ ଲୁକ୍ ଦେଇଥାଏ।  ଏହା କରିବା ମଧ୍ୟ ଖୁବ ସହଜ ହୋଇଥାଏ । ଏହାକୁ ଦୀପାବଳି ଦିନ ମଧ୍ୟ ଆପଣ ସଜାଇ ପାରିବେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।