ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

Sep 13, 2026 - 20:53
ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ ଭାବେ ଚତୁର୍ଥ ଇନିଂସରେ ପ୍ରଥମ ବ୍ୟାଟର ଭାବେ ୨୦୦୦ ରନ ଅତିକ୍ରମ କରିଛନ୍ତି।

ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟରେ ଅପରାଜିତ ୬୨ ରନର ଇନିଂସ ଅବସରରେ ସେ ଏହି ସଫଳତା ପାଇଛନ୍ତି। ଚତୁର୍ଥ ଇନିଂସରେ ବ୍ୟାଟିଂ ଜଣେ ଟେଷ୍ଟ ବ୍ୟାଟରଙ୍କ ପାଇଁ ଅସଲ ଦକ୍ଷତାର ପରୀକ୍ଷା ହୋଇଥାଏ। କାରଣ ପିଚ୍‌ ଚତୁର୍ଥ ଇନିଂସରେ ସବୁଠୁ ଚ୍ୟାଲେଞ୍ଜିଂ ଥାଏ ଏବଂ ପ୍ରତ୍ୟେକ ଉଇକେଟ ପଡ଼ିବା ସହ ଟାର୍ଗେଟର ପିଛା କରୁଥିବା ଦଳ ପରାଜୟ ଆଡ଼େ ମୁହଁାଉଥାଏ। ତେବେ ଚତୁର୍ଥ ଇନିଂସରେ ରୁଟ୍‌ ସର୍ବାଧିକ ୨,୦୫୯ ରନ କରି ସଚିନ ତେନ୍ଦୁଲକରଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଦେଇଛନ୍ତି। ଭାରତର ମହାନ୍‌ ବ୍ୟାଟର ସଚିନ ତେନ୍ଦୁଲକର ୧,୬୨୫ ରନ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ଇଂଲଣ୍ଡର ଆଲେଷ୍ଟର କୁକ୍‌ (୧,୬୧୧), ଦକ୍ଷିଣ ଆଫ୍ରିକାର ଗ୍ରେମ ସ୍ମିଥ (୧,୬୧୧) ଓ ଓ୍ବେଷ୍ଟଇଣ୍ଡିଜର ଶିବନାରାୟଣ ଚନ୍ଦ୍ରପାଲ (୧,୫୬୦) ରହିଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।