ସମୁଦ୍ରରେ ଭାସୁଛି ପୁଳା ପୁଳା ଆଇଫୋନ୍ ଏବଂ ପରଫ୍ୟୁମ୍ !

Oct 18, 2026 - 18:32
ସମୁଦ୍ରରେ ଭାସୁଛି ପୁଳା ପୁଳା ଆଇଫୋନ୍ ଏବଂ ପରଫ୍ୟୁମ୍ !

ନନ୍ଦିଘୋଷ ବ୍ୟୁରୋ: ବାଇଆ କରିଛି ଆଇଫୋନ୍ ଲୋଭ । ଜୀବନକୁ ପାଣି ଛଡାଇ ସମୁଦ୍ରକୁ ଡେଇଁ ପଡିଲେ ଶହ ଶହ ମତ୍ସଜୀବୀ ।  ଗଭୀର ସମୁଦ୍ର ଭିତରୁ ଲୁଟିନେଲେ ଆଇଫୋନ୍ ଏବଂ ପରଫ୍ୟୁମ୍ ।  ଅକ୍ଟୋବର ୧୪ ତାରିଖରେ ଜିଏଫଏସ୍ ପ୍ରାଇଡ ଜାହାଜ ବୁଡିବା ପରେ ଏବେ ଶହ ଶହ ମତ୍ସଜୀବୀ ଇରାନ ଉପସାଗର ଉପକୂଳରେ ଭିଡ ଜମାଇଛନ୍ତି । ସେମାନଙ୍କର ଛୋଟ ଡଙ୍ଗା ଏବଂ ଉଦ୍ଧାର ଜାହାଜରେ ଯାଇ ପାଣି ଭିତରକୁ ଡେଇଁ ପଡିଛନ୍ତି । ମାଛ ଧରିବା ପାଇଁ ନୁହେଁ ବରଂ, ଲୁଟ କରିବା ପାଇଁ । ବୁଡିଯାଇଥିବା ମାଲବାହୀ ଜାହାଜରୁ ଆଇଫୋନ୍, ଫରାସୀ ପରଫ୍ୟୁମ୍ ଏବଂ ଅନ୍ୟାନ୍ୟ ଜିନିଷପତ୍ର ସବୁ ବୋହି ନେଇ ଯାଇଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଘଟଣାସ୍ଥଳରୁ ମିଳିଥିବା ଫୁଟେଜରେ କିଛି ଡଙ୍ଗାଗୁଡିକ ଆଂଶିକ ଭାବରେ ବୁଡି ରହିଥିବା କଣ୍ଟେନରଗୁଡିକ ମଧ୍ୟରେ ଗତି କରୁଥିବା ଦେଖାଯାଉଛି । ଯେତେବେଳେ କି କିଛି ଲୋକ ପାଣିରୁ ବାକ୍ସଗୁଡିକୁ ବାହାର କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ସିଙ୍ଗାପୁର ପତାକା ବ୍ୟବହାର କରି ଚାଲୁଥିଲା ଜିଏଫଏସ୍ ପ୍ରାଇଡ୍ । ହେଲେ ଜାହାଜରେ ନିଆଁ ଲାଗିବା ପରେ ଏହା ବୁଡି ଯାଇଥିଲା । ସମସ୍ତ ୨୧ ଜଣ କ୍ରୁ ମେମ୍ବରଙ୍କୁ ଦୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ବେଳେ କେହି ଆହତ ହୋଇନଥିବା ଖବର ରେକର୍ଡ କରାଯାଇ ନାହିଁ ।  ହେଲେ ଇରାନର ଇସଲାମିକ ରିଭୋଲ୍ୟୁସଦାରୀ ଗାର୍ଡ କର୍ପସ ନୌସେନା କହିବାନୁସାରେ, ଜାହାଜଟି ଅନଧିକୃତ ଏବଂ ବିପଦପୂର୍ଣ୍ଣ ରାସ୍ତାରେ ପ୍ରବେଶ କରିଥିଲା । ଯେଉଁଠାରେ ସେ ଏକ ସି-ମାଇନ୍ ସହ ଧକ୍କା ହୋଇଥିଲା  । ଯାହାଫଳରେ ସେଥିରେ ନିଆଁ ଲାଗିଯାଇଥିଲା ଏବଂ ୨,୫୦୦ ରୁ ଅଧିକ କଣ୍ଟେନର ସହିତ ଜାହାଜଟି ବୁଡି ଯାଇଥିଲା ।  ‘‘ଜିଏଫଏସ୍ ପ୍ରାଇଡ୍’’ ୨୪ ଘଣ୍ଟା ମଧ୍ୟରେ ବୁଡିଥିବା ଦ୍ବୀତିୟ ଏବଂ ଯୁଦ୍ଧ ଆାରମ୍ଭ ହେବା ପରଠାରୁ ବୁଡିଥିବା ତୃତୀୟ ଜାହାଜ  । ତେଣୁ IRGC ର ନୌସେନା ଜାହାଜଗୁଡିକୁ ସେହି ଅଞ୍ଚଳ ଠାରୁ ଦୂରେଇ ରହିବାକୁ ଚେତାବନୀ ଦେଇଛନ୍ତି । ହର୍ମୁଜ ପ୍ରଣାଳୀ ଏବଂ ଏହାର ଆଖପାଖ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ବୃଦ୍ଧି ପାଉଥିବା ସମୟରେ ଏହି ଜାହଜ ବୁଡିବା ଘଟଣା ଘଟିଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।