ସମ୍ବଲପୁର DRUCC ସଦସ୍ୟ ଭାବେ ମନୋନୀତ ହେଲେ ରମଣୀ ରଞ୍ଜନ ବେହେରା
ବରଗଡ଼, ୨୩।୯ (ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ରେଳପଥ ମଣ୍ଡଳ (ଡିଭିଜନ୍)ର ‘ଡିଭିଜନାଲ୍ ରେଲୱେ ୟୁଜର୍ସ କନସଲଟେଟିଭ୍ କମିଟି’ (DRUCC) ର ନୂତନ ସଦସ୍ୟ ଭାବେ ବରଗଡ଼ର ଜଣାଶୁଣା ବ୍ୟକ୍ତିତ୍ୱ ରମଣୀ ରଞ୍ଜନ ବେହେରା ମନୋନୀତ ହୋଇଛନ୍ତି। ବରଗଡ଼ ଲୋକ ସଭା MP ପ୍ରଦୀପ ପୁରୋହିତଙ୍କ ସୁପାରିଶ କ୍ରମେ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି।
ପୂର୍ବତଟ ରେଲୱେ, ସମ୍ବଲପୁର ଡିଭିଜନ ପକ୍ଷରୁ ପ୍ରକାଶିତ ସରକାରୀ ପତ୍ର ଅନୁଯାୟୀ, ରମଣୀ ରଞ୍ଜନଙ୍କ ନିଯୁକ୍ତି ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହୋଇଛି। ସେ ୨୦୨୮ ମସିହା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୨ ବର୍ଷ ପାଇଁ ଏହି କମିଟିର ସଦସ୍ୟ ଭାବେ କାର୍ଯ୍ୟ ତୁଲାଇବେ। ତାଙ୍କର ଏହି ନିଯୁକ୍ତି ପରେ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।