ସାତ ଥର ଭଉଁରୀ ଖେଳି ମେଲାଣି ନେଲେ ମା’ ଦୁର୍ଗା, ୨୦ ହଜାର ଭକ୍ତଙ୍କ ଆଖିରେ ଲୁହ

Oct 22, 2026 - 17:05
ସାତ ଥର ଭଉଁରୀ ଖେଳି ମେଲାଣି ନେଲେ ମା’ ଦୁର୍ଗା, ୨୦ ହଜାର ଭକ୍ତଙ୍କ ଆଖିରେ ଲୁହ

ରାଜନଗର,୨୨।୧୦(ଭାସ୍କର ରାଉତରାୟ ): ଶେଷ ହେଲା ରାଜନଗର ଅଞ୍ଚଳର ସର୍ବ ପ୍ରାଚୀନ ଦୁର୍ଗାପୂଜା । ଗୁରୁବାର ପୂର୍ବାହ୍ନରେ ସୁସଜ୍ଜିତ ନୌକାରେ ମା’ ଦୁର୍ଗାଙ୍କୁ ଭକ୍ତମାନେ ଦେବୀ ମଣ୍ଡପରୁ ପରମ୍ପରା ଅନୁସାରେ ଘଣ୍ଟ କାହାଳି ଢୋଲ ମୃଦଙ୍ଗ ବାଦ୍ୟ ସହ ବିଦାୟ ଦେଇଥିଲେ । ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ହରିବୋଲ ହୁଳହୁଳି ଧ୍ୱନି ଭିତରେ ମା’ଙ୍କୁ ପାଛୋଟି ଆଣି ହଂସୁଆ ନଦୀ ଘାଟରେ ପହଞ୍ଚାଇବା ପରେ ମା’ଙ୍କୁ ମେଲାଣି ଦେଇଥିଲେ ।

ପ୍ରଥମେ ମା’ଙ୍କୁ ଦୁଇଟି ନୌକାରେ ବସାଇଥିଲେ । ଏହା ପରେ ପ୍ରଖର ନଦୀ ସ୍ରୋତ ସାଙ୍ଗକୁ ମାଳ ମାଳ କୁମ୍ଭୀର ରହିଥିବା ନଦୀରେ ସାତଥର ଭଉଁରୀ ଖେଳିବା ପରେ ମା’ଙ୍କୁ ବିସର୍ଜନ କରାଯାଇଛି । ଏହି ଅପୂର୍ବ ତଥା ବିରଳ ଦୃଶ୍ୟ ଦେଖିବା ପାଇଁ ନଦୀର ଦୁଇ ପାର୍ଶ୍ଵରେ ପ୍ରାୟ କୋଡିଏ ହଜାର ଶ୍ରଦ୍ଧାଳୁ ଭକ୍ତ ରହି ଭାବ ପୂର୍ଣ୍ଣ ବିଦାୟ ଦେବା ବେଳେ ପ୍ରତ୍ୟେକଟି ଭକ୍ତଙ୍କ ଆଖି ପତା ଓଦା ହୋଇଯାଉଥିଲା ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।