ସାହାଣୀ କପ୍‌ ଫୁଟ୍‌ବଲ୍‌: ୩ରେ ହେବ ଖେଳାଳି ଚୟନ, କେମିତି କରିବେ ଆବେଦନ ଜାଣନ୍ତୁ…

Sep 01, 2026 - 18:48
ସାହାଣୀ କପ୍‌ ଫୁଟ୍‌ବଲ୍‌: ୩ରେ ହେବ ଖେଳାଳି ଚୟନ, କେମିତି କରିବେ ଆବେଦନ ଜାଣନ୍ତୁ…

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କ୍ରୀଡ଼ା ସଂସ୍ଥା ଆନୁକୂଲ୍ୟରେ ସାହାଣୀ କପ୍‌ ସିନିଅର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ ପାଇଁ ଆସନ୍ତା ଗୁରୁବାର ଷ୍ଟାଡିୟମ୍‌ ପଡ଼ିଆରେ ଜିଲା ଦଳ ଚୟନ ହେବ।

ଆଗ୍ରହୀ ପୁରୁଷ ଖେଳାଳି ନିଜର ପ୍ରମାଣପତ୍ର (ଜନ୍ମ ସାର୍ଟିଫିକେଟ/ହାଇସ୍କୁଲ ସାର୍ଟିଫିକେଟ/ଆଧାର କାର୍ଡ) ସହ ନିଜର ଖେଳ ଉପକରଣ ଧରି ଫୁଟ୍‌ବଲ୍‌ ସମ୍ପାଦକ ରବୀନ୍ଦ୍ର କୁମାର ପାଢ଼ୀଙ୍କ ନିକଟରେ ଜିଲା କ୍ରୀଡ଼ା ସଂସ୍ଥା କାର୍ଯ୍ୟାଳୟଠାରେ ସକାଳ ୯ଟାରେ ନାମ ପଞ୍ଜୀକରଣ କରି ଚୟନ ପ୍ରକ୍ରିୟାରେ ସାମିଲ ହୋଇପାରିବେ।

ଜିଲା କ୍ରୀଡ଼ା ସଂସ୍ଥାର ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକ ଏନେଇ ଏକ ପ୍ରେସ୍‌ ଇସ୍ତାହାରରେ ଜଣାଇଛନ୍ତି। ସବିଶେଷ ବିବରଣୀ ପାଇଁ ଜିଲା କ୍ରୀଡ଼ା ସଂସ୍ଥାର ଯୁଗ୍ମ ସମ୍ପାଦକ ରବୀନ୍ଦ୍ର କୁମାର ପାଢ଼ୀଙ୍କ ସହ ମୋବାଇଲ ନମ୍ବର ୯୯୩୭୧୨୮୨୦୦ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।