ସିଂହ ରାଶିରେ ବୃହସ୍ପତିଙ୍କ ଚଳନ: ୪ ରାଶି ପାଇଁ ବଡ଼ ଖୁସି ଖବର, ଫିଟିବ ଧନ-ଚାକିରି ଓ ବିବାହ ଯୋଗ!

Oct 30, 2026 - 19:50
ସିଂହ ରାଶିରେ ବୃହସ୍ପତିଙ୍କ ଚଳନ: ୪ ରାଶି ପାଇଁ ବଡ଼ ଖୁସି ଖବର, ଫିଟିବ ଧନ-ଚାକିରି ଓ ବିବାହ ଯୋଗ!

୩୧ ଅକ୍ଟୋବର ୨୦୨୬ ତାରିଖ ଜ୍ୟୋତିଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବାକୁ ଯାଉଛି। ଏହି ଦିନ ଦେବଗୁରୁ ବୃହସ୍ପତି ରାଶି ପରିବର୍ତ୍ତନ କରି ସିଂହ ରାଶିରେ ପ୍ରବେଶ କରିବେ। ଗୁରୁଙ୍କ ଏହି ଚଳନ ସମସ୍ତ ୧୨ଟି ରାଶିର ଜୀବନରେ ଭିନ୍ନ ଭିନ୍ନ ପରିବର୍ତ୍ତନ ଓ ନୂଆ ସୁଯୋଗ ନେଇ ଆସିପାରେ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ୩୧ ଅକ୍ଟୋବର ମଧ୍ୟାହ୍ନ ୧୨ଟା ୦୨ ମିନିଟ୍ରେ ଗୁରୁ ଗ୍ରହ ସିଂହ ରାଶିରେ ଗୋଚର କରିବେ। ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଭାଗ୍ୟ, ସନ୍ତାନ, ବିବାହ ତଥା ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଏଭଳି ପରିସ୍ଥିତିରେ ଗୁରୁଙ୍କର ଏହି ରାଶି ପରିବର୍ତ୍ତନ ଅନେକ ରାଶି ପାଇଁ ବିଶେଷ ଫଳପ୍ରଦ ସାବ୍ୟସ୍ତ ହୋଇପାରେ। ଏହି ସମୟ ମଧ୍ୟରେ କିଛି ଲୋକଙ୍କ ଜୀବନରେ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହୋଇପାରେ, ତ ଆଉ କେତେକଙ୍କୁ ବ୍ୟବସାୟରେ ଉନ୍ନତିର ସୁଯୋଗ ମିଳିପାରେ। ସେହିପରି ବିବାହ ଓ ସନ୍ତାନ ସମ୍ୱନ୍ଧୀୟ କ୍ଷେତ୍ରରେ ମଧ୍ୟ ସକାରାତ୍ମକ ଫଳାଫଳ ମିଳିବାର ଯୋଗ ବନୁଛି। ତେବେ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ବିଶେଷ ରହିବାକୁ ଯାଉଛି, ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା:

ବୃଷ ରାଶି

* ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଗୁରୁଙ୍କ ଏହି ଗୋଚର ଲାଭଦାୟକ ପ୍ରମାଣିତ ହୋଇପାରେ।
* ପଦୋନ୍ନତି (ପ୍ରମୋସନ) ଅପେକ୍ଷାରେ ଥିବା ଲୋକଙ୍କୁ ଶୁଭ ଖବର ମିଳିପାରେ।
* କର୍ମକ୍ଷେତ୍ରରେ ମନମୁତାବକ ସଫଳତା ମିଳିବାର ଯୋଗ ରହିଛି।
* ବିବାହର ଯୋଗ ସୃଷ୍ଟି ହେବା ଯୋଗୁଁ ଜୀବନରେ କିଛି ସକାରାତ୍ମକ ପରିବର୍ତ୍ତନ ଅନୁଭବ ହେବ।
* ଦୀର୍ଘ ଦିନରୁ କରାଯାଉଥିବା ପ୍ରୟାସ ଏବେ ଫଳପ୍ରଦ ହୋଇପାରେ।
* ପରିବାରରେ ଖୁସିର ପରିବେଶ ରହିବ ଏବଂ ଜୀବନରେ ଭଲ ପରିବର୍ତ୍ତନ ଦେଖିବାକୁ ମିଳିବ।
* ନିବେଶ ତଥା ଧନ ସମ୍ପର୍କିତ କ୍ଷେତ୍ରରେ ମଧ୍ୟ ଅନୁକୂଳ ଫଳ ମିଳିବାର ସମ୍ଭାବନା ରହିଛି।

ସିଂହ ରାଶି

* ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଗୁରୁଙ୍କ ଏହି ରାଶି ପରିବର୍ତ୍ତନ ବିଶେଷ ଗୁରୁତ୍ୱ ବହନ କରେ।
* ବ୍ୟବସାୟରେ ଉନ୍ନତ ସୁଯୋଗ ହାସଲ କରିବାର ମାର୍ଗ ଖୋଲିପାରେ।
* ଗୁରୁ ଆପଣଙ୍କ ରାଶିରେ ହିଁ ପ୍ରବେଶ କରୁଥିବାରୁ ଆତ୍ମବିଶ୍ୱାସ ଏବଂ ନିଷ୍ପତ୍ତି ନେବାର କ୍ଷମତାରେ ବୃଦ୍ଧି ଘଟିବ।
* କେହି ଜଣେ ବିଶେଷ ବ୍ୟକ୍ତି ଏହି ସମୟରେ ଆପଣଙ୍କ ଜୀବନରେ ପ୍ରବେଶ କରିପାରନ୍ତି।
* ସୁଖସୁବିଧା ବୃଦ୍ଧି ପାଇବା ସହ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ନୂତନ ସୁଯୋଗ ମିଳିପାରେ।
* କ୍ୟାରିୟରରେ ଆଗକୁ ବଢ଼ିବାର ଅବସର ମିଳିବ ଏବଂ ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ।
* ବିବାହ ଯୋଗ୍ୟ ଯୁବକ-ଯୁବତୀଙ୍କ ପାଇଁ ଭଲ ପ୍ରସ୍ତାବ ଆସିପାରେ।

ତୁଳା ରାଶି

* ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଗୁରୁଙ୍କ ଗୋଚର ସଫଳତା ଏବଂ ଉନ୍ନତିର ନୂଆ ଦ୍ୱାର ଉନ୍ମୁକ୍ତ କରିପାରେ।
* ଏହି ସମୟରେ କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟର ପ୍ରଶଂସା ହୋଇପାରେ।
* ଭବିଷ୍ୟତ ପାଇଁ ନୂତନ ରଣନୀତି ପ୍ରସ୍ତୁତ କରିବାର ସୁଯୋଗ ମିଳିବ।
* ଘର ଏବଂ ବାହାର, ଉଭୟ ସ୍ଥାନରେ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ।
* ଆର୍ଥିକ ସ୍ଥିତି ମଧ୍ୟ ବେଶ ସୁଦୃଢ଼ ହୋଇପାରେ।
* ବୈବାହିକ ଜୀବନରେ ସୁଖଦ ପରିସ୍ଥିତି ସୃଷ୍ଟି ହେବ। ସନ୍ତାନ ସମ୍ୱନ୍ଧୀୟ ବିଷୟରେ ମଧ୍ୟ ଶୁଭ ସମାଚାର ମିଳିପାରେ।
* ଆପଣଙ୍କ ଯୋଜନାଗୁଡ଼ିକ ସଫଳ ହେବ ଏବଂ ଭାଗ୍ୟର ପୂର୍ଣ୍ଣ ସାଥ ମିଳିବାର ସମ୍ଭାବନା ରହିଛି।
* ପାରିବାରିକ ଜୀବନରେ ସୁଖଦ ପରିବର୍ତ୍ତନ ଦେଖିବାକୁ ମିଳିବ।

ମକର ରାଶି

* ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଗୁରୁଙ୍କ ଏହି ରାଶି ପରିବର୍ତ୍ତନ ମନମୁତାବକ ସଫଳତା ଆଣିଦେଇପାରେ।
* ପୂର୍ୱରୁ କରାଯାଇଥିବା ପୁଞ୍ଜିନିବେଶରୁ ଭଲ ଲାଭ ମିଳିବାର ଆଶା ରହିଛି।
* ନିରନ୍ତର ପରିଶ୍ରମ କରିବା ଦ୍ୱାରା ଭବିଷ୍ୟତରେ ଉତ୍ତମ ସୁଯୋଗର ରାସ୍ତା ଖୋଲିବ।
* ଏହି ସମୟ ମଧ୍ୟରେ ଆପଣଙ୍କର କୌଣସି ଏକ ବଡ଼ ସୱପ୍ନ ପୂରଣ ହୋଇପାରେ।
* ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ଏବେ ଗତିଶୀଳ ହେବ।
* ଚାକିରି କରୁଥିବା ଲୋକଙ୍କୁ ନୂଆ ଦାୟିତ୍ୱ କିମ୍ୱା ପଦୋନ୍ନତି ମିଳିବାର ସଙ୍କେତ ରହିଛି, ଯାହା ଜୀବନରେ ଭଲ ପରିବର୍ତ୍ତନ ଆଣିବ।
* ନୂଆ ଚାକିରି ସନ୍ଧାନରେ ଥିବା ଲୋକଙ୍କୁ ଉତ୍ତମ ସୁଯୋଗ ମିଳିପାରେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।