ସିରିଜ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟକ୍କା: କନଓ୍ବେ ବାଦ୍, ସିଫର୍ଟ ଖେଳିବେ
ଅକ୍ଲାଣ୍ଡ,୩ା୧୧: ଅକ୍ଲାଣ୍ଡ,୩ା୧୧: ସ୍ଥାନୀୟ ଇଡେନ ପାର୍କଠାରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳାଯିବ। ସିରିଜ୍ର ପ୍ରଥମ ମ୍ୟାଚ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଏକ ବଡ଼ ଝଟକ୍କା ଲାଗିଛି। ନ୍ୟୁଜିଲାଣ୍ଡ ବ୍ୟାଟର ଡେଭନ କନଓ୍ବେ ପ୍ରଥମ ଦିନିକିଆ ମ୍ୟାଚ୍ ଲାଗି ପ୍ରସ୍ତୁତି ବେଳେ ଏକ କ୍ୟାଚ୍ ଧରିବାକୁ ଯାଇ ସାଥି ଖେଳାଳି ମ୍ୟାଟ ହେନରୀଙ୍କ ସହ ଧକ୍କା ହେବାରୁ କନକ୍ଶନର ସମ୍ମୁଖୀନ ହୋଇଛନ୍ତି। କନଓ୍ବେଙ୍କୁ ଅଧିକ ପରୀକ୍ଷା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି
ଏଭଳିସ୍ଥିତିରେ କନଓ୍ବେ ପ୍ରଥମ ମ୍ୟାଚ୍ରୁ ବାଦ୍ ପଡ଼ିଥିବା ଅଧିନାୟକ ମିଚେଲ ସାଣ୍ଟନର ମଙ୍ଗଳବାର କହିଛନ୍ତି। ତାଙ୍କ ବଦଳରେ ଟିମ୍ ସିଫର୍ଟଙ୍କୁ ଦଳରେ ସାମିଲ କରାଯାଇଥିବା ସେ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷେ କ୍ୟାରିୟରରେ ଅନ୍ତିମ ଥର ପାଇଁ ନ୍ୟୁଜିଲାଣ୍ଡ ଟୁର କରିଥିବା ଟିମ୍ ଇଣ୍ଡିଆର ଦୁଇ ଷ୍ଟାର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ସଭିଙ୍କ ନଜର ରହିବ। କିନ୍ତୁ ଭାରତର ଅନଭିଜ୍ଞ ବୋଲିଂ ଆକ୍ରମଣ ଯୋଗୁ ଘରୋଇ ନ୍ୟୁଜିଲାଣ୍ଡ ଏହି ସିରିଜ୍ରେ ଫାଇଦାରେ ରହିବ ଆଶା କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।