ସୂଚନା କମିସନରେ ମାମଲା ସଂଖ୍ୟା ୨ହଜାରକୁ ଖସିବ: ୨୦୨୭ ଜାନୁଆରି ସୁଦ୍ଧା ଲକ୍ଷ୍ୟ ହାସଲ ପାଇଁ କମିସନଙ୍କ ଉଦ୍ୟମ
ଭୁବନେଶ୍ବର: ରାଜ୍ୟ ସୂଚନା କମିସନରେ ବର୍ଷ ବର୍ଷ ଧରି ବିଚାରାଧୀନ ଥିବା ମାମଲା ସଂଖ୍ୟା ହ୍ରାସ ପାଇବ। ଆସନ୍ତା ବର୍ଷ ଜାନୁଆରି ମାସ ସୁଦ୍ଧା ମାମଲା ସଂଖ୍ୟା ୨ହଜାରକୁ ହ୍ରାସ କରିବା ଲାଗି କମିସନଙ୍କ ପକ୍ଷରୁ ଲକ୍ଷ୍ୟ ରହିଛି। ଯାହାଫଳରେ ଆବେଦନକାରୀଙ୍କୁ ସୂଚନା ପାଇବା ପାଇଁ ଆଉ ବହୁଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏହାସହ ଦେଶରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ପ୍ରଥମ ୫ଟି ରାଜ୍ୟ ଭିତରେ ଓଡ଼ିଶା ସ୍ଥାନ ପାଇବ ବୋଲି ଆଶା କରାଯାଉଛି।
Education: ‘ଏନ୍ପିସିଆଇଏଲ୍’ରେ ଓଡ଼ିଶାର ଯୁବ ବୈଜ୍ଞାନିକ ଚର୍ଚ୍ଚିତଙ୍କ ଯୋଗଦାନ
୨୦୨୫ ମସିହା ଏପ୍ରିଲ ମାସରେ ରାଜ୍ୟ ସରକାର ଅବସରପ୍ରାପ୍ତ ପ୍ରଶାସକ ମନୋଜ ପରିଡ଼ାଙ୍କୁ ମୁଖ୍ୟ ସୂଚନା କମିସନର ଭାବେ ନିଯୁକ୍ତି ଦେଇଥିଲେ। ଏହାସହ ଅନ୍ୟ ୩ଜଣଙ୍କୁ ସୂଚନା କମିସନଭାବେ ନିଯୁକ୍ତି ଦିଆଯାଇଥିଲା। ବର୍ତ୍ତମାନ ରାଜ୍ୟ ସୂଚନା କମିସନରେ ୫ଟି କୋର୍ଟ କାର୍ଯ୍ୟ କରୁଛି। ଜଣେ କମିସନ ନିକଟରେ ଅବସର ନେବା ପରେ ଏହି ପଦବି ଖାଲି ରହିଛି। ସୂଚନା କମିସନଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୨୫ ମସିହାରେ ରାଜ୍ୟ ସୂଚନା କମିସନଙ୍କ ନିକଟରେ ୧୬ହଜାର ମାମଲା ବିଚାରାଧୀନ ରହିଥିଲା। ୨୦୨୬ ଜାନୁଆରି ବେଳକୁ ଏହା ୬ହଜାରକୁ ଖସି ଆସିଛି। ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ମାମଲାର ଶୁଣାଣି ଚାଲୁଥିବାରୁ ଆସନ୍ତାବର୍ଷ ବେଳକୁ ୨ହଜାରକୁ ଖସି ଆସିବ।
୨୦୨୭ ଜାନୁଆରି ସୁଦ୍ଧା ଲକ୍ଷ୍ୟ ହାସଲ ପାଇଁ କମିସନଙ୍କ ଉଦ୍ୟମ
ଅର୍ଡର କପି ବହୁ ବିଳମ୍ବରେ ମିଳିବାକୁ ନେଇ ଆବେଦନକାରୀଙ୍କ ଅସନ୍ତୋଷ
କିଛିଟା ସମସ୍ୟା ଥିଲା, ସମାଧାନ ହୋଇସାରିଛି: ରେଜିଷ୍ଟ୍ରାର
ରାଜ୍ୟ ସୂଚନା କମିସନରେ ମାମଲା ସଂଖ୍ୟା ହ୍ରାସ ପାଉଥିଲେ ହେଁ ବହୁ ବିଳମ୍ବରେ ଅର୍ଡର କପି ମିଳିବାକୁ ନେଇ ଆବେଦନକାରୀଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି। କଟକର ଜିତେନ୍ଦ୍ର ସାହୁ ସୂଚନା କମିସନରେ ଏକ ମାମଲାରେ ଦ୍ବିତୀୟ ଅପିଲ୍ କରିଥିଲେ। ଚଳିତବର୍ଷ ଜାନୁଆରି ୬ତାରିଖରେ ତାଙ୍କର ଏହି ମାମଲାର ଶୁଣାଣି ହୋଇଥିଲା। ହେଲେ ଶୁଣାଣିର ୭ମାସ ପରେ ତାଙ୍କୁ ଅର୍ଡର କପି ମିଳିଛି। ଆବେଦନକାରୀ ଶ୍ରୀ ସାହୁ କହିଛନ୍ତି, ୨ବର୍ଷ ପରେ ଗୋଟିଏ ମାମଲାର ଶୁଣାଣି ହୋଇଥିଲା। ୭ମାସ ପରେ ଶୁଣାଣିର ଅର୍ଡର କପି ମିଳିବା ଫଳରେ ଗୋଟିଏ ମାମଲାର ଗୁରୁତ୍ବ ହ୍ରାସ ପାଇଛି। କମିସନଙ୍କ କାର୍ଯ୍ୟାଳୟର ଏଭଳି ଜନବିରୋଧୀ କାର୍ଯ୍ୟ ବିରୋଧରେ ରାଜ୍ୟପାଳଙ୍କୁ ଅଭିଯୋଗ କରାଯିବ।
Land patta distribution: ‘ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ’ରେ ୬୫ଜଣଙ୍କୁ ଜମିପଟ୍ଟା ବଣ୍ଟନ
ସେହିପରି ଭୁବନେଶ୍ବର ବାଣୀବିହାର ଅଞ୍ଚଳରେ ରହୁଥିବା ଅନ୍ୟ ଜଣେ ଆବେଦନକାରୀ ମଧ୍ୟ ସମାନ ଅବହେଳାର ଶିକାର ହୋଇଛନ୍ତି। ନାମ ଗୋପନ ରଖିବା ସର୍ତ୍ତରେ ଆବେଦନକାରୀ କହିଛନ୍ତି, ଗତ ମେ’ ମାସରେ ତାଙ୍କର ମଧ୍ୟ ସୂଚନା କମିସନରେ ଏକ ମାମଲାର ଶୁଣାଣି ହୋଇଥିଲା। ହେଲେ ଶୁଣାଣିର ଅର୍ଡର କପି ତାଙ୍କୁ ଅଗଷ୍ଟ ୨୦ତାରିଖରେ ମିଳିଛି। ଏହାଭିତରେ ମାମଲାଟିକୁ ମଧ୍ୟ କମିସନ ବନ୍ଦ କରିଦେଇଛନ୍ତି। ଏଭଳି ଢଙ୍ଗରେ ମାମଲାର ବିଚାର କରାଗଲେ ସାଧାରଣ ଲୋକଟିଏ ରାଜ୍ୟ ସୂଚନା କମିସନଙ୍କଠାରୁ କିଭଳି ନ୍ୟାୟ ପାଇବେ ? ରାଜ୍ୟ ସୂଚନା କମିସନଙ୍କ ରେଜିଷ୍ଟ୍ରାର ରମେଶ ଚନ୍ଦ୍ର ପଣ୍ଡା କହିଛନ୍ତି, ମାମଲା ଶୁଣାଣିର ଅର୍ଡର କପି ସପ୍ତାହ ଭିତରେ କମିସନଙ୍କ ୱେବ୍ସାଇଟ୍ରେ ଉପଲବ୍ଧ ହେଉଛି। କିଛି ନିର୍ଦ୍ଦିଷ୍ଟକୋର୍ଟରେ କେତେକ ସମସ୍ୟା ଥିଲା। ଏହା ସମାଧାନ ହୋଇସାରିଛି। ତେଣୁ ଆବେଦନକାରୀଙ୍କୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏହାସହ ବର୍ତ୍ତମାନ ଜଣେ ଲେଖାଏଁ ସୂଚନା କମିସନଙ୍କ ନିକଟରେ ୧୦-୧୫ଟି ମାମଲାର ପ୍ରତିଦିନ ବିଚାର ହେଉଛି। ତେଣୁ ଆସନ୍ତାବର୍ଷ ଜାନୁଆରି ବେଳକୁ ମାମଲା ସଂଖ୍ୟା ୨ହଜାରକୁ ଖସି ଆସିବ ବୋଲି ଲକ୍ଷ୍ୟ ରହିଛି। ସେହିପରି କମିସନଙ୍କ ୱେବ୍ସାଇଟ୍କୁ ଅଧିକ ନାଗରିକ କୈନ୍ଦ୍ରିକ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।