ସୂର୍ଯ୍ୟ-ଶନିଙ୍କ ମୁହାଁମୁହିଁ ଦୃଷ୍ଟି: ସତର୍କ ରୁହନ୍ତୁ ୩ ରାଶି; ଚାଲିଯିବ ସବୁ ଟଙ୍କା, କ୍ୟାରିୟରରେ ବଡ଼ ସଙ୍କଟ!
ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ପ୍ରତିଯୁତି ଦୃଷ୍ଟି ଯୋଗ ଗଠନ ଅନେକ ରାଶି ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ଏବଂ ଶନି ମୁହାଁମୁହିଁ ହେବା ଏକ ଚ୍ୟାଲେଞ୍ଜପୂର୍ଣ୍ଣ ଯୋଗ ଭାବେ ବିବେଚନା କରାଯାଏ।
ଆଜି ସୂର୍ଯ୍ୟ ଏବଂ ଶନି ପରସ୍ପରଠାରୁ ୧୮୦ ଡିଗ୍ରୀ ଦୂରତାରେ ରହିବେ। ଉଭୟ ଗ୍ରହ ପାଖାପାଖି ହେବା କାରଣରୁ ଅନେକ ରାଶିର ଲୋକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ପିତା-ପୁତ୍ର ହୋଇଥିବା ସତ୍ତ୍ୱେ ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ଶତ୍ରୁତାପୂର୍ଣ୍ଣ ସମ୍ପର୍କ ରହିଥିବା ବିଶ୍ୱାସ କରାଯାଏ।
ସୂର୍ଯ୍ୟ ଏବଂ ଶନି ଗ୍ରହଙ୍କ ପ୍ରଭାବ ହେତୁ ମିଥୁନ, କନ୍ୟା ଏବଂ ମୀନ ରାଶିର ବ୍ୟକ୍ତିବିଶେଷଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହି ଲୋକମାନଙ୍କୁ ଆର୍ଥିକ ସମସ୍ୟା ଭୋଗିବାକୁ ପଡ଼ିପାରେ। ଆସନ୍ତୁ ଜାଣିବା ଏହି ଅଶୁଭ ପ୍ରଭାବିତ ରାଶିଗୁଡ଼ିକ ବିଷୟରେ:
ସୂର୍ଯ୍ୟ ଏବଂ ଶନିଙ୍କ ଯୋଗ ପ୍ରଭାବରୁ ମିଥୁନ ରାଶିର ଲୋକଙ୍କୁ ମାନସିକ ଚାପର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆପଣଙ୍କୁ ଚାକିରି ଏବଂ କ୍ୟାରିୟରରେ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ। ସମସ୍ୟାରୁ ବର୍ତ୍ତିବା ପାଇଁ ଯେକୌଣସି କାର୍ଯ୍ୟ ଯୋଜନାବଦ୍ଧ ଭାବେ କରିବା ଉଚିତ।
କନ୍ୟା ରାଶିର ଲୋକଙ୍କ ପାଇଁ କାର୍ଯ୍ୟ କ୍ଷେତ୍ରରେ ସମୟ କଷ୍ଟକର ରହିପାରେ। କର୍ମକ୍ଷେତ୍ରରେ ଦାୟିତ୍ୱ ବୃଦ୍ଧି ପାଇବା ଯୋଗୁଁ ଆପଣ ଚାପଗ୍ରସ୍ତ ହୋଇପାରନ୍ତି। ର୍ଧଯ୍ୟର ସହିତ କାମ କରନ୍ତୁ। ନିବେଶ କରିବା ପୂର୍ୱରୁ ଭଲ ଭାବରେ ଚିନ୍ତା କରନ୍ତୁ, ନଚେତ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ।
ଶନି ଗ୍ରହ ବର୍ତ୍ତମାନ ମୀନ ରାଶିରେ ଅବସ୍ଥାନ କରୁଛନ୍ତି। ଶନିଙ୍କ ସ୍ଥିତି ଏବଂ ସୂର୍ଯ୍ୟଙ୍କ ସହିତ ପ୍ରତିଯୁତି ଦୃଷ୍ଟି ଯୋଗୁଁ ମୀନ ରାଶିର ଲୋକଙ୍କୁ ସମସ୍ୟା ହୋଇପାରେ। ଆର୍ଥିକ କ୍ଷେତ୍ରରେ ଚ୍ୟାଲେଞ୍ଜ ଆସିପାରେ। ଟଙ୍କା ପଇସା କାରବାର ବେଳେ ସତର୍କ ରୁହନ୍ତୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।