ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

Oct 01, 2026 - 12:01
ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି ଲୋକଙ୍କ ଯାତାୟାତ ପାଇଁ ହୋଇଥିବା ରାସ୍ତାକୁ ତାଡି ଦିଆଯାଇଛି। ସେହି ରାସ୍ତାରୁ ମାଟି ଆଣି ସେତୁର ଆପ୍ରୋଜ ରୋଡ ନିର୍ମାଣ କରାଯାଉଛି । ଫଳରେ ୨ ଦିନ ହେଲା ରାଜନଗର ସାତଭାୟା ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିବା ବେଳେ ୩ ପଞ୍ଚାୟତ ଲୋକେ ଓ ଛାତ୍ରୀଛାତ୍ରମାନେ ନାହିଁ ନ ଥିବା ହୀନସ୍ତା ହେଉଛନ୍ତି ।
ରାଜନଗର ସାତଭାୟା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ହାତିନାଠାରୁ କାଠୁଆଗଣ୍ଡ ଯାଏ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ତିଆରି କରାଯାଉଛି। ୧୦ କୋଟି ୬ ଲକ୍ଷ ୩୮ ହଜାର ଟଙ୍କା ବ୍ୟୟରେ ହେଉଥିବା ଏହି ରାସ୍ତାର ଏନ୍‌କେଏନ୍‌କେ ସଂସ୍କୃତ ମହାବିଦ୍ୟାଳୟ ନିକଟରେ ଚାଷୀଙ୍କ ଜଳ ନିଷ୍କାସନ ପାଇଁ ଛୋଟ ସେତୁ ତିଆରି କରାଯାଇଛି । ସେତୁ ତିଆରି ସମୟରେ ଲୋକଙ୍କ ଯିବା ଆସିବା ପାଇଁ ଅସ୍ଥାୟୀ ରାସ୍ତା କରାଯାଇଥିଲା। ନିର୍ମାଣ ସରିବା ପରେ ସେତୁର ଦୁଇ ପାର୍ଶ୍ୱରେ ଆପ୍ରୋଜ ରୋଡ ସରି ନାହିଁ । ଠିକାଦାର ଲୋକଙ୍କ ଯିବା ଆସିବା ପାଇଁ ନିର୍ମାଣ କରିଥିବା ଅସ୍ଥାୟୀ ରାସ୍ତାକୁ ଖୋଳି ଦେଇଛନ୍ତି । ଫଳରେ ଦୁଇ ଦିନ ହେଲା ରାଜନଗର ସାତଭାୟା ରାସ୍ତାରେ ଯିବା ଆସିବା ବନ୍ଦ ରହିଛି । ଗାଡି ମୋଟର ଦୂରର କଥା ଲୋକେ ଚାଲିକି ଯିବା ଆସିବା କରିବା ପାଇଁ ରାସ୍ତା ମଧ୍ୟ ନାହିଁ। ଠିକାଦାରଙ୍କ ମନମାନି ପାଇଁ ହାତିନା, ଡେରା ଓ ଗୁପ୍ତି ପଞ୍ଚୟତର ହଜାର ହାଜର ଲୋକ ୨ ଦିନ ହେଲା ଦୁର୍ଦ୍ଦଶା ଭୋଗୁଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।