ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ
ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ । ସେ କହିଛନ୍ତି ଯେ, କଂଗ୍ରେସ ନୁହେଁ OJCରୁ ସୋଫିଆ ଲଢିବେ । ବାରବାଟୀ ଆସନରୁ ସୋଫିଆ ଲଢିବା ନେଇ ମୋକିମ୍ ସୂଚନା ଦେଇଛନ୍ତି ।
ଏହାସହିତ ସେ କଂଗ୍ରେସ ଉପରେ ମ୍ୟ ବର୍ଷିଛନ୍ତି । କଂଗ୍ରେସର ଆଉ ନୀତି ଆଦର୍ଶ ନାହିଁ । କଂଗ୍ରେସର ଭବିଷ୍ୟତ ଅନ୍ଧାର, ଦଳ ପୁରା ଅନଫିଟ ବୋଲି କହିଲେ । ରାଜ୍ୟ ନେତୃତ୍ବ ଓ ଦିଲ୍ଲୀ ନେତୃତ୍ବ ଠିକ୍ ଚାଲି ନ ଥିବା ଅଭିଯୋଗ ଆଣିଲେ । କିନ୍ତୁ ଏନେଇ ସୋଫିଆ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।