ସ୍ୱଚ୍ଛତା ଅଭିଯାନରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
/sambad/media/media_files/2026/10/01/whatsapp-im-2026-10-01-13-07-05.jpeg)
ଏ ସହର ଆମର ଏବଂ ଏହାର ସ୍ୱଚ୍ଛତାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର। ବର୍ତ୍ତମାନ ଦେଶର ସ୍ୱଚ୍ଛତା Ranking ରେ ଭୁବନେଶ୍ୱର ନବମ ସ୍ଥାନରେ ରହିଛି। ଯଦି ଆମେ ସମସ୍ତେ ବ୍ୟକ୍ତିଗତ ଭାବେ ନିଜ ନିଜର ଦାୟିତ୍ୱ ସଠିକ୍ ଭାବେ ତୁଲାଇବା, ତେବେ ଆମ ସହର ଦେଶର ସବୁଠାରୁ ସ୍ୱଚ୍ଛ ଓ ସୁନ୍ଦର ହୋଇ ପ୍ରଥମ ସ୍ଥାନ ହାସଲ କରିବ।: ମୁଖ୍ୟମନ୍ତ୍ରୀ
/sambad/media/media_files/2026/10/01/whatsapp-im-2026-10-01-13-07-16.jpeg)
ସହରର ସ୍ୱଚ୍ଛତା ପାଇଁ ପ୍ରତ୍ୟେକ ନାଗରିକଙ୍କୁ ସଚେତନ ହେବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ଯେପରି ନିଜ ଘର, ବାଡ଼ି, ଦାଣ୍ଡ ଓ ଅଗଣା ସଫା ରଖୁଛୁ, ସେହିପରି ଆମ ଦୃଷ୍ଟିକୋଣକୁ ଆଉ ଟିକିଏ ପ୍ରସାରିତ କରିବା ଆବଶ୍ୟକ। ଘର ଆଗ ରାସ୍ତା ଓ ନିଜ କଲୋନୀକୁ ସଫା ରଖିବାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର। ସଫେଇ କର୍ମଚାରୀମାନଙ୍କ କାର୍ଯ୍ୟରେ ଯୋଡ଼ିହୋଇ ଘରର ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା କରି ନିୟମିତ ସଫେଇ ଗାଡ଼ିକୁ ଦେବା ଏବଂ ରାସ୍ତାରେ ଅଳିଆ ନ ଫିଙ୍ଗି ଅନ୍ୟମାନଙ୍କୁ ମଧ୍ୟ ବାରଣ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
/sambad/media/media_files/2026/10/01/whatsapp-imag-2026-10-01-13-07-27.jpeg)
/sambad/media/media_files/2026/10/01/whatsapp-2026-10-01-13-07-38.jpeg)
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।