ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍ କରି କହିଲେ…
ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ ଆତ୍ମ ହତ୍ୟା କରିବା ଘଟଣା ଚର୍ଚ୍ଚା ର ବିଷୟ ପାଲଟିଛି। ଖନ୍ତାପ ଥାନା ଅଧିନସ୍ଥ ଶେରଗଡ଼ ଠାରେ ଥିବା ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି)ରେ ସୋର ଥାନା ମଙ୍ଗଳପୁର ଅଞ୍ଚଳର ଗୋପୀନାଥପୁର ଗ୍ରାମର ଭାଗ୍ୟଶ୍ରୀ ରାଉତ (୧୯) ଯୁକ୍ତ ଦୁଇ ବିଜ୍ଞାନର ଦିତୀୟ ବର୍ଷର ଛାତ୍ରୀ ଭାବେ ପଢୁଥିଲା। ସେ ବିସିଇଟି ଛାତ୍ରୀବାସରେ ରହୁଥିଲେ। ମାତ୍ର ଆତ୍ମହତ୍ୟା କରିବା ପୂର୍ବରୁ ଛାତ୍ରୀ ନିଜର ମା’ ନିକଟକୁ ସୋମବାର ରାତିରେ ଫୋନ କରି କହିଥିଲେ ସେ ଆତ୍ମହତ୍ୟା କରିଦେବ। ମା’ ଫୋନ କରିବା ସମୟରେ ଝିଅର ଫୋନ ସ୍ବିଚ଼୍ ଅଫ କରିଦେଇ ଥିଲେ। ତୁରନ୍ତ ମା’ ଛାତ୍ରୀବାସର ୱାର୍ଡେନକୁ ଫୋନ କରି କହିବା ପରେ ୱାର୍ଡେନ ଯାଇ ଦେଖିବା ବେଳକୁ ଛାତ୍ରୀ ନିଜ ରୋମରେ ଫାସୀ ହୋଇ ଆତ୍ମହତ୍ୟା କରିଦେଇଛି।ଏହି ଘଟଣାକୁ ନେଇ ଛାତ୍ରୀଙ୍କ ପରିବାର ତରଫରୁ ଖନ୍ତାପ ଥାନାରେ ବିଳମ୍ବିତ ରାତିରେ ଝିଅକୁ ମାରିଦେଇଥିବା ବାବଦରେ ଅଭିଯୋଗ କରିଛନ୍ତି। ପୋଲିସ ମଙ୍ଗଳବାର ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।