ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସିଜେପି ମୁଖପାତ୍ର

Aug 22, 2026 - 08:05
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସିଜେପି ମୁଖପାତ୍ର

ନୂଆଦିଲ୍ଲୀ, ୨୨।୮: ନିଜର ବାସଭୂମି ଠିକଣା ଏବଂ ବ୍ୟକ୍ତିଗତ ଗୋପନୀୟତାକୁ ଜନସାଧାରଣଙ୍କ ସାମ୍ନାରେ ପ୍ରକାଶ କରାଯିବା ପ୍ରସଙ୍ଗରେ ଡାହାଣପନ୍ଥୀ ମନ୍ତବ୍ୟକାରୀ ଅଭିଜିତ ଆୟର ମିତ୍ର ଏବଂ ଅନେକ ଗଣମାଧ୍ୟମ ପ୍ଲାଟଫର୍ମ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କକ୍‌ରୋଚ ଜନତା ପାର୍ଟି (ସିଜେପି) ମୁଖପାତ୍ର ସୌରଭ ଦାସ। ବ୍ୟକ୍ତିଗତ ଗୋପନୀୟତା, ସମ୍ମାନ ଏବଂ ସୁରକ୍ଷା ଅଧିକାର ପାଇଁ ସୌରଭ କୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ଅଭିଜିତ ମିତ୍ର, ଏକ୍ସ, ଗୁଗଲ ଏବଂ ବିଭିନ୍ନ ଗଣମାଧ୍ୟମ ପ୍ଲାଟଫର୍ମକୁ ଏଭଳି ସମ୍ବେଦନଶୀଳ ତଥ୍ୟ ପ୍ରସାରଣରୁ ନିବୃତ୍ତ ରଖିବାକୁ ସେ ସ୍ଥାୟୀ ଏବଂ ବାଧ୍ୟତାମୂଳକ ନିଷେଧାଦେଶ ଦାବି କରିଛନ୍ତି। ସୌରଭଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଠିକଣା ଏବଂ ବ୍ୟକ୍ତିଗତ ବିବରଣୀ ବାରମ୍ବାର ସାର୍ବଜନୀନ କରାଯିବା ଫଳରେ ତାଙ୍କ ଜୀବନ ପ୍ରତି ଗମ୍ଭୀର ବିପଦ ସୃଷ୍ଟି ହୋଇଛି। ସାମ୍ବାଦିକତା ଏବଂ ରାଜନୈତିକ ସକ୍ରିୟତା କାରଣରୁ ପୂର୍ବରୁ ମଧ୍ୟ ସେ ବିଭିନ୍ନ ଧମକର ସମ୍ମୁଖୀନ ହୋଇସାରିଛନ୍ତି।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।